ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟ ଅଗ୍ରଗତି ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟ ଅଗ୍ରଗତି ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା

ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟ ଅଗ୍ରଗତି ନେଇ ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା


ଭୁବନେଶ୍ୱର (ଏନ୍‍.ଏମ୍‍.): ଓଡ଼ିଶା ଉଠା ଜଳସେଚନ ନିଗମର କାର୍ଯ୍ୟାବଳୀ ଓ ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଆୟୋଜିତ ଏହି ବୈଠକରେ ଓ.ଏଲ୍‌.ଆଇ.ସି ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକଙ୍କ ସମେତ ନିଗମର ସମସ୍ତ କ୍ଷେତ୍ରସ୍ତରୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବିଶେଷ କରି ରବି ଋତୁରେ କୃଷକମାନଙ୍କ ପାଇଁ ଜଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଠା ଜଳସେଚନର ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ ରଖିବା ସହିତ ଏହାର ସୁପରିଚଳନା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
କ୍ଷୁଦ୍ର ଜଳସେଚନ ଏବଂ ଭୁତଳ ଜଳ ବିକାଶର ସହଯୋଗରେ ଉଠା ଜଳସେଚନ ନିଗମ ପକ୍ଷରୁ ନିର୍ମାଣାଧିନ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟ ସୁଦ୍ଧା ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ୧ଲକ୍ଷ ୪୦ ହଜାର ହେକ୍ଟର ଜମି ମଧ୍ୟରୁ ଅବଶିଷ୍ଟ ୯୮, ୬୨୮ ହେକ୍ଟର ଜମିକୁ ଜଳସେଚନ ପାଇଁ ତ୍ୱରିତ ପଦକ୍ଷେପ ନେବା, ବ୍ୟୟ ଅଟକଳ ଓ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଅର୍ଥରାଶିର ସମ୍ପୁର୍ଣ୍ଣ ବିନିଯୋଗ କରି କାର୍ଯ୍ୟ ସମ୍ପାଦନ କରିବା, ଅଧିକରୁ ଅଧିକ ସଂଖ୍ୟକ ଜମିକୁ ଯେପରି ଜଳସେଚିତ କରାଯାଇପାରିବ, ସେ ଦିଗରେ ଉଠା ଜଳସେଚନ ଏବଂ କ୍ଷୁଦ୍ର ଜଳସେଚନ ବିଭାଗୀୟ ଯନ୍ତ୍ରୀମାନଙ୍କୁ ମିଳିତ ଭାବେ ଜମି ଚିହ୍ନଟକରଣ କରି ଆଗାମୀ ୧୫ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଥିଲେ । ଏତଦ୍‌ବ୍ୟତୀତ, ଦୀର୍ଘ ଦିନ ଧରି କାର୍ଯ୍ୟକ୍ଷମ ଉପଯୋଗୀ ହେଉନଥିବା ଗଭୀର କୂପ ଗୁଡ଼ିକୁ ଭୂତଳ ଜଳସ୍ତର କ୍ଷମତା ବୃଦ୍ଧି ପାଇଁ ବ୍ୟବହାର କରାଯିବା ଓ ଏଥିପାଇଁ ମାର୍ଗ ଦର୍ଶିକା ପ୍ରସ୍ତୁତି ନିମନ୍ତେ ସଠିକ ଅନୁଧ୍ୟାନ ପୂର୍ବକ ୧୫ ଦିନ ମଧ୍ୟରେ ବିବରଣୀ ପ୍ରଦାନ କରିବାକୁ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଗର୍ଗ ବିଭାଗୀୟ ଯନ୍ତ୍ରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ, ପ୍ରତ୍ୟେକ ମାସରେ ନିୟମିତ ଭାବେ ଅର୍ଥ ବିନିଯୋଗ ପ୍ରମାଣପତ୍ର ଏବଂ ପ୍ରକଳ୍ପ ଅଗ୍ରଗତି ବା ସମାପ୍ତି ସମ୍ପର୍କିତ ତଥ୍ୟ ପ୍ରେରଣ କରିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ