ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ


ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଲଟା ପ୍ଲସ୍ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ରୋଗୀ ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ଓଡ଼ିଶାରୁ ଚିହ୍ନଟ ହୋଇଥିବା ଡେଲଟା ପ୍ଲସ୍ ଆକ୍ରାନ୍ତରୋଗୀ ଜଣକ ଦେବଗଡ଼ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ଏବେ ତାଙ୍କ ଟ୍ରାଭେଲ୍ ହିଷ୍ଟ୍ରୀ ସମ୍ପର୍କରେ ତର୍ଜମା ଚାଲିଛି । ସେ କେମିତି ଡେଲ୍ଟା ପ୍ଲସ୍ ଭେରିଏଣ୍ଟରେ ଆକ୍ରାନ୍ତ ହେଲେ? ସେ ଆଉ କାହା ସଂସ୍ପର୍ଶରେ ଆସିଛନ୍ତି କି ନାହିଁ? ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି? ତା’ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛି । ରାଜ୍ୟରେ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ନେଇ ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ଯେ, ଏହି ଡେଲଟା ପ୍ଲସ ରୋଗୀଙ୍କ କଣ୍ଟାକ୍ଟ ଟ୍ରେସିଂ ସହ ଟ୍ରାଭେଲ ହିଷ୍ଟ୍ରୀ ଯାଞ୍ଚ କରାଯାଉଛି । ଡେଲଟା ପ୍ଲସ ନୂଆ ଭେରିଏଣ୍ଟ, ତେଣୁ ସାବଧାନ ରହିବାକୁ ପଡ଼ିବ । ଆଲଫା ବିଟା ଓ ଗାମା ଭଳି ଡେଲଟା ପ୍ଲସ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହେବ । ଏହାକୁ ମୁକାବିଲା କ୍ଷେତ୍ରରେ ଟିକା ନେବା ଫଳପ୍ରଦ ହେବ ତେଣୁ କୋଭିଡ୍ ନିୟମ ମାନିଲେ ଏହାର ସଂକ୍ରମଣ କମିବ ବୋଲି ସେ କହିଛନ୍ତି । ଆଇସିଏମଆର ମୁଖ୍ୟ ବଳରାମ ଭାର୍ଗବ କହିଛନ୍ତି ଯେ, କୋଭାକ୍ସିନ ଓ କୋଭିସିଲ୍ଡ ଟିକା ସବୁ ଭେରିଆଣ୍ଟ ପ୍ରତି ଫଳପ୍ରଦ ହେଉଛି । କୋଭିଡର ସମସ୍ତ ଭେରିଏଣ୍ଟକୁ ମାତ୍ ଦେଲା ଭଳି କ୍ଷମତା ଏହି ଟିକା ଦୁଇଟିର ରହିଛି । ତେଣୁ ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ନେବାକୁ ଶ୍ରୀ ଭାଗର୍ବ ପରାମର୍ଶ ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ