ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

ଓସିଏ ଘୋଷଣା କଲା ଓଡ଼ିଶା ରଣଜୀ ଟିମ: ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତି

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରଣଜୀ ଟିମ୍‌ରେ ଖେଳାଳୀଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶା ରଣଜୀ ଦଳର ୧୭ ଜଣିଆ ଟିମରେ ଅଧିନାୟକ ଭାବେ ଶୁଭ୍ରାଂଶୁ ସେନାପତିଙ୍କ ନାମରେ ଓସିଏ ମୋହର ମାରିଛି । ଓଡ଼ିଶା ଉଭୟ ଜୁନିୟର ଓ ସିନିୟରଙ୍କୁ ନେଇ ମଇଦାନକୁ ଓହ୍ଲାଇବ । ଦଳରେ ବ୍ୟାଟିଂ ଲାଇନ ଅପରେ ରହିଛନ୍ତି ଶାନ୍ତନୁ ମିଶ୍ର, ଅନୁରାଗ ଷଡ଼ଙ୍ଗୀ, ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦାର, ଅଭିଷେକ ରାଉତ, ରାକେଶ ପଟ୍ଟନାୟକ । ଠିକ୍ ସେହିପରି ବୋଲିଂ ଅର୍ଡରରେ ଦେବବ୍ରତ ପ୍ରଧାନ, ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ଓ ଶୁଭମ ନାୟକ ରହିଛନ୍ତି । ନୂଆ ମୁଁହ ହିସାବରେ ସ୍ୱସ୍ତିକ ସାମଲ, ତାରିଣୀ ସା, କାର୍ତ୍ତିକ ବିଶ୍ୱାଳ, ସୌରଭ କନୋଜିଆ ଚଳିତବର୍ଷ ରଣଜୀ ସିଜିନରେ ଓଡ଼ିଶା ପକ୍ଷରୁ ନଜର ଆସିବେ ବୋଲି ଓସିଏ ପକ୍ଷରୁ କୁହାଯାଇଛି । ଅନ୍ୟପଟେ କିପିଙ୍ଗରେ ଅଭିଜ୍ଞ ୱିକେଟ କିପର ରାଜେଶ ଧୂପର ଓ ସୁଜିତ ଲେଙ୍କା ଦଳରେ ସ୍ଥାନ ପାଇଛନ୍ତି । ସିଜିନର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଆଜି ଦଳ ଘୋଷଣା ହୋଇଛି । ପ୍ରଥମ ମ୍ୟାଚ ଆସନ୍ତା ୧୩ ତାରିଖରେ ବରୋଦା ବିପକ୍ଷରେ ଖେଳାଯିବାକୁ ଥିବାବେଳେ ୨୦ ତାରିଖରେ ହେବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉତ୍ତରାଖଣ୍ଡକୁ ଓଡ଼ିଶା ଭେଟିବ । ତେଣୁ ଏହି ଦଳ ନିଶ୍ଚୟ ରଣଜୀ ସିଜନରେ ଭଲ ପଦର୍ଶନ କରିବ ବୋଲି ଓସିଏ ପକ୍ଷରୁ ଆଶା ରହିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ