ଓବିସିସି ମହାପ୍ରବନ୍ଧକଙ୍କ ନେତାଜୀ ବସ ଟର୍ମିନାଲ ଓ ଏସସିବି ପରିଦର୍ଶନ
କଟକ(ଏନ୍.ଏମ୍.): ଓଡିଶା ସେତୁ ଏବଂ ନିର୍ମାଣ ନିଗମ(ଓବିସିସି)ର ମହାପ୍ରବନ୍ଧକ-୩ ପ୍ରଦୀପ କୁମାର ରଥ ଆଜି ଖାନନଗର ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ବସ ଟମିର୍ନାଲରେ ଚାଲିଥିବା ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ମହାପ୍ରବନ୍ଧକଙ୍କ ସମେତ ଓବିସିସିର ଏକ ଟିମ ନିର୍ମାଣ ସ୍ଥଳୀରେ ଥିବା ପାଇଲଗୁଡିକର ପ୍ରସ୍ତୁତତା ଯାଞ୍ଚ କରିଥିଲା । ଅନ୍ୟପକ୍ଷରରେ ରାଜ୍ୟସ୍ତରୀୟ ଆପ୍ରେଜାଲ ବିଶେଷଜ୍ଞ କମିଟିର ଅଧ୍ୟକ୍ଷ ବିପି ସିଂ, ଓବିସିସିର ମହାପ୍ରବନ୍ଧକ ଦୁଃଖବନ୍ଧୁ ବେହେରା କଟକ ବଡ ମେଡିକାଲ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ଏସସିବି ମେଡିକାଲରେ ଚାଲିଥିବା ନବୀକରଣ କାର୍ଯ୍ୟଗୁଡିକ ଅଧିକାରୀମାନେ ତଦାରଖ କରିଥିଲେ । ବିଶେଷ କରି ପାର୍କିଂ ବ୍ୟବସ୍ଥାଳ ଅଗ୍ନି ନିରାପତ୍ତା ବ୍ୟବସ୍ଥା ପ୍ରଶସ୍ତ କରିଡୋର, ପ୍ରସ୍ତାବିତ ସ୍ୱେରେଜ ଭିର୍ତ୍ତିଭୂମି, ବର୍ଜ୍ୟବସ୍ତୁ ସଂଗ୍ରହ ଏବଂ ନିଷ୍କାସନ, ଟ୍ରାଫିକ ଏବଂ ପ୍ରକଳ୍ପସ୍ଥଳୀ ନିମେନ୍ତ ବ୍ୟାକଅପ ବିଦ୍ୟୁ ସୁବିଧା ଆଦି ଯାଞ୍ଚ କରାଯାଇଥିଲା । ଏହି ଗ୍ରସ୍ତ ସମୟରେ ଓବିସିସିର ବରିଷ୍ଠ ପରିଚାଳକ ପ୍ରକାଶ କୁମାର ବେହେରା, ଶ୍ୟାମ ସୁନ୍ଦର ତଥା ଓବିସିସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।