ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ

ଓପୋ ମୋବାଇଲ କମ୍ପାନୀକୁ ବିରୋଧ କରି ବିକ୍ଷୋଭ


କଟକ(ଏନ୍‌.ଏମ୍‌.): ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଓପୋ କମ୍ପାନୀକୁ ବିରୋଧ କରି କଟକରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ବାଦାମବାଡ଼ି ଭରତିଆ ଟାୱାର ସାମ୍ନାରେ କଟକ ମୋବାଇଲ ରିଟେଲରମାନେ ବ୍ୟାନର ଧରି ପ୍ରତିବାଦ କରିଥିଲେ । ପ୍ରତିବାଦକାରୀଙ୍କ ଅଭିଯୋଗ ଅନୁଯାୟୀ, ଓପୋ ମୋବାଇଲ ନିର୍ମାତା କମ୍ପାନୀ ନୂଆ କରି ଏବେ ବଜାରକୁ ଛାଡିଥିବା କେ ସିରିଜ୍ ହ୍ୟାଣ୍ଡସେଟ୍ କେବଳ ଅନଲାଇନ୍‌ରେ ଉପଲବ୍ଧ ହେଉଛି କମ୍ପାନୀ ଏହାକୁ ଅଫଲାଇନ୍ ଅର୍ଥାତ୍ ରିଟେଲରଙ୍କୁ ବିକିବାକୁ ସୁଯୋଗ ଦେଉନାହିଁ । ଯାହାଦ୍ୱାରା ଗ୍ରାହକଙ୍କ ଡିମାଣ୍ଡରେ ଏହି ଫୋନ ଥିବାରୁ ଗ୍ରାହକ ଦୋକାନ ଆସି ଏହି ଫୋନ୍ ନପାଇଁ ଫେରି ଯାଉଛନ୍ତି । ଯେଉଁଠି ଅନ୍ୟ ମଡେଲ ଗୁଡ଼ିକୁ ରିଟେଲରମାନେ ବିକି ପାରୁଛନ୍ତି ସେଠି କାହିଁକି ଏହି ନୂଆ ସିରିଜ୍ ଦୋକାନୀମାନଙ୍କୁ ବିକିବାକୁ ସୁଯୋଗ ଦିଆଯାଇନାହିଁ ବୋଲି ଆସୋସିଏସନ ପକ୍ଷରୁ ଅଭିଯୋଗ ହୋଇଛି । ତେଣୁ ଅଲ୍ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ୍ ପକ୍ଷରୁ ଏନେଇ ଓପୋ କମ୍ପାନୀକୁ ମେଲ୍ ଜରିଆରେ ମଧ୍ୟ ଜଣାଇ ଦିଆଯାଇଛି । ଆସନ୍ତା ୨୭ ତାରିଖରେ ଭୁବନେଶ୍ୱରରେ ଓପୋ କମ୍ପାନୀ ଓଡ଼ିଶା ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ହଂଗର ଷ୍ଟ୍ରାଇକ୍ କରାଯିବା ନେଇ ଆସୋସିଏସନ୍ ପକ୍ଷରୁ ସ୍ଥିର ହୋଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି