ଓଡିଶା ସ୍କିଲ ପ୍ରତିଯୋଗିତା-୨୦୨୧ରେ କଟକ ଆଇଟିଆଇର ସଫଳତା: ମିଳିଲା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ

ଓଡିଶା ସ୍କିଲ ପ୍ରତିଯୋଗିତା-୨୦୨୧ରେ କଟକ ଆଇଟିଆଇର ସଫଳତା: ମିଳିଲା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ

ଓଡିଶା ସ୍କିଲ ପ୍ରତିଯୋଗିତା-୨୦୨୧ରେ କଟକ ଆଇଟିଆଇର ସଫଳତା: ମିଳିଲା ୬ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୯ଟି ବ୍ରୋଞ୍ଜ


କଟକ(ଏନ୍‌.ଏମ୍‌.): ଖପୁରିଆ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ଚଳିତବର୍ଷ ଓଡିଶା ଦକ୍ଷତା ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି । ବିଭିନ୍ନ ସ୍କିଲରେ ହୋଇଥିବା ପ୍ରତିଯୋଗିତା ମଧ୍ୟରୁ ଆଇଟିଆଇର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପଦକ ମିଳିଛି । ଉକ୍ତ ପଦକ ମଧ୍ୟରେ ୬ଟି ସ୍ୱର୍ଣ୍ଣ ରହିଥିବା ବେଳେ ୬ଟି ରୌପ୍ୟ ଏବଂ ୯ଟି ବ୍ରୋଞ୍ଜ ରହିଥିବା ସୂଚନା ମିଳିଛି । ପୂର୍ବବର୍ଷ ଅପେକ୍ଷା ଚଳିତଥର ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀ ଆସନ୍ତା ଅକ୍ଟୋବର ମାସରେ ବିହାରରେ ହେବାକୁ ଥିବା ଆଞ୍ଚଳିକସ୍ତର ସ୍କିଲ ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ମନୋନୀତ ହୋଇଛନ୍ତି । ସେଠାରେ ପ୍ରତିଯୋଗିତାରେ ସଫଳତା ହାସଲ କଲେ ଜାତୀୟ ଏବଂ ଜାତୀୟସ୍ତରର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେଲେ ୱାଲ୍ଡ ସ୍କିଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗିତା ଆସନ୍ତା ୨୦୨୨ ମସିହାରେ ଚୀନର ସାଙ୍ଘାଇ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ତେବେ ଖପୁରିଆ ଆଇଟିଆଇ ୱାଲ୍ଡ ସ୍କିଲ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା ଆଇଟିଆଇର ଅଧ୍ୟକ୍ଷ ଡକ୍ଟର ହୃଷିକେଷ ମହାନ୍ତି କହିଛନ୍ତି । ପ୍ରତି ଦୁଇବର୍ଷରେ ୱାର୍ଲ୍ଡ ସ୍କିଲ ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ବିଶ୍ୱର ବହୁ ଶିକ୍ଷାନୁଷ୍ଠାନଗୁଡିକ ଏଥିରେ ଭାଗ ନେଇଥାନ୍ତି । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନସ୍ତରରେ ହେଉଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାକୁ ପଡେ । ଏଥିଲାଗି ଓଡିଶାରେ ଚଳିତବର୍ଷ ଜିଲ୍ଲାସ୍ତରୀୟ ସ୍କିଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଖପୁରିଆସ୍ଥିତ ସରକାରୀ ଆଇଟିଆଇର ଛାତ୍ରଛାତ୍ରୀମାନେ ସଫଳତା ପାଇବା ସହ ଜୋନସ୍ତରରେ ମଧ୍ୟ ବେଶ ଭଲ ପ୍ରଦର୍ଶନ କରିଥିଲେ । ଏହାପରେ ରାଜ୍ୟସ୍ତରୀୟ ସ୍କିଲ ପ୍ରତିଯୋଗିତା ହୋଇଥିଲା । ରାଜ୍ୟର ବହୁ ଶିକ୍ଷାନୁଷ୍ଠାନ ଏଥିରେ ଭାଗନେଇଥିବାବେଳେ ପ୍ରାୟ ୪୦ଟି ସ୍କିଲ ଉପରେ ଉକ୍ତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କଟକ ଆଇଟିଆଇରୁ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ କ୍ୟାବିନେଟ ମେକିଂରେ ୩ଜଣ, କାରପେଣ୍ଟ୍ରିରେ ୩ଜଣ, ଜୟେନେରୀରେ ୨ଜଣ, ଅଟୋ ମୋବାଇଲ ଟେକ୍ନୋଲୋଜିରେ ଜଣେ, ସିଏନସି ମାଇଲିଙ୍ଗରେ ଜଣେ, କାର ପେଣ୍ଟିଂରେ ୩ଜଣ, ଅଟୋବଡି ରିପେୟାରେ ୨ଜଣ, ର‌୍ୟାକରେ ୩ଜଣ, ଇନଫରମେସନ ନେଟୱର୍କ କ୍ୟାବିଲିଙ୍ଗରେ ୨ଜଣ ଏବଂ ଏମକ୍ୟାଡରେ ଜଣେ ଲେଖାଏଁ ଛାତ୍ରୀ ସଫଳତା ପାଇଛନ୍ତି । ପୂର୍ବବର୍ଷ ପ୍ରତିଯୋଗିତା ତୁଳନାରେ ପଦକ ସଂଖ୍ୟା ବୃଦ୍ଧି ପାଇଛି । ଖୁପରିଆ ଆଇଟିଆଇରୁ ୨୧୦୮ ମସିହା ଓଡିଶା ସ୍କିଲ ପ୍ରତିଯୋଗିତାରେ ୧୩ଟି ମେଡାଲ ମିଳିଥିଲା । ଚଳିତ ଥର ମୋଟ ୨୧ ଟି ପଦକ ଆଇଟିଆଇକୁ ମିଳିଥିବା ଆଇଟିଆଇ ପକ୍ଷରୁ କୁହାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି