ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ

ଓଡିଶା ଡ୍ରାଇଭର ମହାସଂଘ ଡାକରା: ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ

News by Kanhucharan Panda (Jagatpur)

#କଟକ/ଜଗତପୁର(ଏନ୍‍.ଏମ୍‍.): ରାଜ୍ୟସରକାରଙ୍କ ନିକଟରେ ଡ୍ରାଇଭରମାନଙ୍କ ମୌଳିକ ଅଧିକାର ପ୍ରଦାନ କରିବା ଦାବିରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ୩୦ଟି ଜିଲ୍ଲା ତଥା ୩୧୪ଟି ବ୍ଲକରେ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି । ସେହିଭଳି କଟକ ଜିଲ୍ଲାରେ ସହର ସମେତ ଜଗତପୁର, ଚୌଦ୍ୱାର, ଖୁଣ୍ଟୁଣୀ, ଆଠଗଡ଼ ଆଦି ଅଞ୍ଚଳରେ ଡ୍ରାଇଭରମାନେ ଆନ୍ଦୋଳନ କରିବା ସହ ଡ୍ରାଇଭରମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ପୋଷଣକୁ ନିନ୍ଦା କରିଥିଲେ । ତେବେ ମହାସଂଘ ପକ୍ଷରୁ ଯେଉଁ ୧୦ ଦଫା ଦାବି କରି ଏହି ଆନ୍ଦୋଳନ ଚାଲିଛି ତାହା ହେଲା- ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଡ୍ରାଇଭରମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ପେନସନ ଯୋଜନାରେ ଅର୍ନ୍ତଭୁକ୍ତ କରିବା, ପାର୍କିଂ, ବିଶ୍ରାମଗାରା ଓ ଶୌଚାଳୟର ବ୍ୟବସ୍ଥା କରିବା, ଦୁର୍ଘଟଣାରେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ, ଅକର୍ମଣ୍ୟ ହେଲେ ୧୦ ଲକ୍ଷ ଟଙ୍କାର ବୀମା ସହିତ ଚିକିତ୍ସା ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ପ୍ରଦାନ କରିବା, ଗାଡି ଚଳାଚଳ ସମୟସୀମା ଧାର୍ଯ୍ୟ କରିବା, ଡ୍ରାଇଭର ମାନଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ହେବା, ଡ୍ରାଇଭର ମାନଙ୍କ ପିଲାଙ୍କର ଉଚ୍ଚଶିକ୍ଷା ନିମନ୍ତେ ବ୍ୟବସ୍ଥା କରିବା, ଡ୍ରାଇଭର ମାନଙ୍କୁ ରାଜରାସ୍ତା ଉପରେ କାଗଜ ପତ୍ର ଯାଞ୍ଚ ଆଳରେ ହଇରାଣ ନକରିବା, ଏବଂ ଶେଷରେ ଲାଇସେନ୍ସ ବାବଦକୁ ୧୫ ହଜାର ପରିବର୍ତ୍ତେ କମ୍ ଟଙ୍କା କରିବାକୁ ଦାବି ହୋଇଛି । ବିଶେଷ କରି ଡ୍ରାଇଭରମାନେ ଗରିବ ଶ୍ରେଣୀୟ ଲୋକ ହୋଇଥିବାବେଳେ ସରକାର ସେମାନଙ୍କୁ ସୁବିଧା ଯୋଗାଇବା ପରିବର୍ତ୍ତେ ଶୋଷଣ କରିବାକୁ ଆଗେଇ ଆସିବା ଦୁର୍ଭାଗ୍ୟ ଜନକ ବୋଲି ଧାରଣାରତ ଡ୍ରାଇଭରମାନେ ଅଭିଯୋଗ ଆଣିଛନ୍ତି । ତେଣୁ ସରକାର ଏହି ୧୦ ଗୋଟି ଦାବି ପୁରଣ ନକରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଏହି ଆନ୍ଦୋଳନ ଚାଲିବ ବୋଲି ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ କୁହାଯାଇଛି । ଏହି ପିରପ୍ରେକ୍ଷୀରେ ସ୍ଥାନୀୟ ଜଗତପୁର ଗୋଲେଇଛକ ଠାରେ ଜଗତପୁର ଡ୍ରାଇଭର ସଂଘ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନରେ ଆମ୍ବୁଲାନ୍ସ, ସ୍କୁଲ ବସ, ଦମକଳ ଓ ଘରୋଇ ଗାଡି ତଥା ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିହବନ କରୁଥିବା ଯାନବାହନ ଗୁଡ଼ିକ ସ୍ୱାଭାବିକ ଭାବେ ଚଳାଚଳ କରୁଥିଲେ ମଧ୍ୟ ଟ୍ରକ, ବସ, ଟାଟା ଏସି, ଟାଟା ମ୍ୟାଜିକ ଓ ଟ୍ରାନ୍ସପୋର୍ଟ ଗାଡି ଗୁଡିକର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ଜଗତପୁର ଗୋଲେଇଛକ ଠାରେ ଜଗତପୁର ଥାନା ଆଇଆଇସି ରବୀନ୍ଦ୍ର କୁମାର ମେହେରଙ୍କ ନେତୃତ୍ୱରେ ପୁଲିସ ଅଧିକାରୀ ଓ କର୍ମଚାରୀମାନେ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ