ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’

ଓଡ଼ିଶା ମାଟିର ସୁନା ଝିଅ ପିହୁ, ଅସାଧାରଣ ଦକ୍ଷତାରେ ହାସଲ କଲା ‘ଇଣ୍ଡିଆ ବୁକ ଅଫ ରେକର୍ଡସ’


#କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଶିଖରପୁର ଅଞ୍ଚଳ ଉପର ସାହି ବାସିନ୍ଦା ତଥା ସିଏମସି ଅବସରପ୍ରାପ୍ତ କର୍ମଚାରୀ ଦୟାନିଧି ପାତ୍ର ଏବଂ ଧର୍ମପତ୍ନୀ ଜ୍ୟୋତ୍ସ୍ନା ପାତ୍ରଙ୍କ ଜ୍ୟେଷ୍ଠ ପୁତ୍ର ପ୍ରଦୀପ୍ତ ପାତ୍ର ଓ କୁଳବଧୂ ଯାଜ୍ଞସେନୀ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ପ୍ରିୟାନ୍ସି ପାତ୍ର (ପିହୁ) ଯାହାର ବୟସ ୨ ବର୍ଷ ୫ ମାସ ଅଟେ । ସେ ଏତେ କମ୍ ବୟସରୁ ଏତେ ଯେ ସୁନାମ ଆଣିଛି ନିଜ ପରିବାର, ନିଜ ଆତ୍ମୀୟ ଏବଂ ନିଜ ଗ୍ରାମ ପାଇଁ ଗୌରବ ଆଣି ପାରିଛି । ସମସ୍ତ ଅଞ୍ଚଳ ସେହି କୁନି ପିଲାଟିର ଅସାଧାରଣ ଦକ୍ଷତା ଦେଖି ଆଶ୍ଚର୍ଯ୍ୟ । ସେହି କୁନି ଝିଅ ପୀହୁ ଆଜି ଭାରତର ଏକ ବଡ ସମ୍ମାନରେ ସମ୍ମାନିତ ହୋଇଛି । ଯେଉଁ ସମ୍ମାନର ନାମ ଅଟେ “ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌’ । ଏହି ପ୍ରତିଯୋଗିତାରେ ଭାରତ ବର୍ଷର ବିଭିନ୍ନ ରାଜ୍ୟର କମ୍ ବୟସର ଶିଶୁ ମାନେ ଭାଗ ନେଇଥାନ୍ତି । ଏହି ପ୍ରତିଯୋଗିତାରେ କୁନି ପିଲାଟିକୁ ବିଭିନ୍ନ ପ୍ରଶ୍ନ ପଚରା ଯାଇଥାଏ । ଅତି ଅଳ୍ପ ସମୟ ଭିତରେ କୁନି ପିଲାଟିକୁ ଉତ୍ତର ଦେବାକୁ ପଡିଥାଏ । ଆଉ ଏହି ପ୍ରତିଯୋଗିତାରେ ବିଜୟୀ ହେଲେ କୁନି ପିଲା ଟିକୁ ଏହି ସମ୍ମାନ ପ୍ରଦାନ କରାଯାଏ । ସେହିଭଳି ଆଜି ପିହୁ ପ୍ରତିଯୋଗିତାରେ ବିଜୟୀ ହେବା ସହ ଇଣ୍ଡିଆ ବୁକ ଅଫ ରେକର୍ଡସ ହାସଲ କରିଥିବାରୁ ଉକ୍ତ ଅଞ୍ଚଳରେ କେବଳ ପିହୁ ପରିବାର କାହିଁକି ପଡୋଶୀ ମାନେ ମଧ୍ୟ ବେଶ୍ ଖୁସି ହେବା ସହ ପିହୁର ଉତ୍ତରୋତ୍ତର କାମନା କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ