ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ(OPTCL) ରେ ବାହାରିଲା ନିଯୁକ୍ତି
ଭୁବନେଶ୍ୱର (ଏନ୍.ଏମ୍.) : ଯୁବକ ଯୁବତୀଙ୍କ ପାଇଁ ଖୁସିଖବର । ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ୍ରେ ବାହାରିଲା ନିଯୁକ୍ତି ସୁଯୋଗ । ୨୮୦ ଟି ପଦବୀ ପଡିଛି ଖାଲି । ତେବେ ଇଲେକ୍ଟ୍ରିସିଆନ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୨୪୦ଟି ଓ ଇଲେକ୍ଟ୍ରୋନିକ୍ସ ମେକାନିକ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୪୦ଟି ପଦବୀ ଖାଲି ରହିଛି । ପ୍ରାର୍ଥୀମାନେ ମୁଖ୍ୟତ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ । ସେହିଭଳି ପ୍ରାର୍ଥୀମାନଙ୍କର ବୟସ ସୀମା ସର୍ବାଧିକ ୧୮ ବର୍ଷ ହୋଇଥିବା ଆବଶ୍ୟକ । ଚୟନ ବେଳେ ବୟସ କୋହଳ ନିୟମ ଅନୁ୍ଯାୟୀ ଧାର୍ଯ୍ୟ କରାଯିବ । ତେବେ ପ୍ରାର୍ଥୀମାନେ ନଭେମ୍ବର ୧୮ ତାରିଖ ସୁଦ୍ଧା ଏହି ପଦବୀ ନିମନ୍ତେ ଅନଲାଇନରେ ଆବେଦନ କରିପାରିବେ ।ଅନଲାଇନ ଆବେଦନ ଲିଙ୍କ: https://careers.optcl.co.in/online-application ୱେବସାଇଟ୍ ଲିଙ୍କ: https://optcl.co.in