ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

ଓଡ଼ିଆ ପିଲାଙ୍କୁ ଆଇଏଏସ୍ କରାଇବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.) : ସରକାର ଏଣିକି ଭାରତୀୟ ପ୍ରଶାସନିକ ସେବା ପାଇଁ ଓଡ଼ିଶାର ପିଲାଙ୍କୁ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଅଧିକରୁ ଅଧିକ ଓଡ଼ିଆ ପିଲା କିଭଳି ଆଇଏଏସ ପାଇବେ ସେଥିପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ୟୁପିଏସସି ପରିଚାଳନା କରୁଥିବା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଆଙ୍କ ସଂଖ୍ୟା କମୁଥିବାରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ଚୂଡାନ୍ତ କରାଯାଇ ଭୁବନେଶ୍ୱର, ଜୟଦେବ ବିହାର ଅଞ୍ଚଳର ଏସିକ୍ୟୁ ଆଇଏଏସ ଏକାଡେମୀ-କନସୋଟିୟମ ନାମକ ସଂସ୍ଥାର ପ୍ରସ୍ତାବକୁ ସରକାର ଚୂଡାନ୍ତ କରିଛନ୍ତି । ଅର୍ଥାତ ଏହି ଏକାଡେମୀ ଓଡ଼ିଆ ପିଲାଙ୍କୁ କୋଚିଂ ପ୍ରଦାନ କରିବ । ଏହି ବ୍ୟବସ୍ଥାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପ୍ରଥମେ ୨୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରି କୋଚିଂ ପ୍ରଦାନ କରିବେ । ପ୍ରତି ପିଲା ପିଛା ସରକାର ୭୪ ହଜାର ୯୯୯ ଟଙ୍କା ଖର୍ଚ୍ଚ କରିବେ । ପ୍ରଥମ ପର୍ଯ୍ୟାୟରେ ସରକାର ଏ ବାବଦରେ ୧ କୋଟି ୪୯ ଲକ୍ଷ ୯୯ ହଜାର ୮୦୦ ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି