ଓଟିଏମ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି କୃତଜ୍ଞତା ଜଣାଇଲେ ଚୌଦ୍ୱାର ବାସୀ
#ଭୁବନେଶ୍ୱର/ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଅଞ୍ଚଳର ବହୁ ଚର୍ଚ୍ଚିତ ଓଟିଏମ ଶିଳ୍ପର ପୁନରୁଦ୍ଧାର ନେଇ ରାଜ୍ୟସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଓଟିଏମ ଶ୍ରମିକମାନେ ଦୀର୍ଘ ବର୍ଷ ଧରି ନିଜର ବକେୟା ପ୍ରାପ୍ୟ ପାଇବାରୁ ବଞ୍ôଚତ ରହିଥିଲେ । ମାତ୍ର ଏବେ ରାଜ୍ୟସରକାର ମେକ ଇନ ଓଡ଼ିଶା କନକ୍ଲେଭ କାର୍ଯ୍ୟକ୍ରମ ବେଳେ ଓଟିଏମର ସମସ୍ତ ଜମିକୁ ହାତକୁ ନେବା ସହ ଏଠାରେ ଅନେକ ଶିଳ୍ପାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେହି ଆଧାରରେ ଖୁବ ଶିଘ୍ର ଶ୍ରମିକମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ମିଳିବ ବୋଲି ଜଣାପଡ଼ିଛି । ତେଣୁ ଚୌଦ୍ୱାର ଅଞ୍ଚଳରେ ଆନନ୍ଦର ଲହରି ଖେଳି ଯାଇଛି । ତେବେ ବହୁ ବାଦ ବିବାଦ ପରେ ଓଟିଏମ ଶିଳ୍ପର ସମସ୍ତ ଜମିକୁ ରାଜ୍ୟସରକାର ହାତକୁ ନେବା ପରେ ଏଠାରେ ପୁଣି ଶିଳ୍ପାନୁଷ୍ଠାନ ପ୍ରତିଷ୍ଠାର ଆଶା ଉଦ୍ଯିବିତ ହୋଇ ଯାଇଛି । ତେବେ ଚୌଦ୍ୱାର ଅଞ୍ଚଳବାସୀ ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଚୌଦ୍ୱାରର ଶତାଧିକ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ପହଞ୍ଚି ସାକ୍ଷାତ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ନେତୃତ୍ୱରେ ଅଞ୍ଚଳର ଲୋକ ପ୍ରତିନିଧି, ମୁରବୀ ଏବଂ ଶ୍ରମିକ ପରିବାରର ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।