ଓଟିଏମ୍ ଶ୍ରମିକଙ୍କୁ ଥଇଥାନ କରିବାକୁ ସିପିଆଇ ଓ ସିପିଆଇ(ଏମ୍‌)ର ଦାବି

ଓଟିଏମ୍ ଶ୍ରମିକଙ୍କୁ ଥଇଥାନ କରିବାକୁ ସିପିଆଇ ଓ ସିପିଆଇ(ଏମ୍‌)ର ଦାବି

ଓଟିଏମ୍ ଶ୍ରମିକଙ୍କୁ ଥଇଥାନ କରିବାକୁ ସିପିଆଇ ଓ ସିପିଆଇ(ଏମ୍‌)ର ଦାବି

News by Smruti ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଓଡ଼ିଶାକୁ ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବାକୁ ବିଜୁବାବୁ ଯେଉଁ ଉଦ୍ୟମ କରିଥିଲେ ବିଜେଡି କ୍ଷମତାସୀନ ହେବା ଦିନଠାରୁ ଓଡ଼ିଶାର ପରିଚୟ ଓଟିଏମ୍ ପ୍ରତି ଆଖିବୁଜି ଦେଇଛି ବୋଲି ସି.ପି.ଆଇ(ଏମ୍‌) ଓ ସିପିଆଇ ଅଭିଯୋଗ କରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରମିକମାନଙ୍କ ପ୍ରାପ୍ୟ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯିବା ଏବଂ ଶ୍ରମିକମାନଙ୍କ ଠାରୁ ଦସ୍ତଖତ ନିଆଯିବା ପରେ ଚୌଦ୍ୱାର ୭, ୮,୧୦,୧୧, ୧୨ ନମ୍ବର ୱାର୍ଡ଼ବାସୀ ସନ୍ଦିହାନ ହୋଇପଡ଼ିଛନ୍ତି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଶ୍ରମିକମାନଙ୍କୁ ସେମାନଙ୍କର ବକେୟା ପାଉଣା ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରି ନକଲେ ଅଧିକ ଟଙ୍କା ଦେବାକୁ ପଡ଼ିବ ବୋଲି କୋର୍ଟଙ୍କ ତାଗିଦା ପରେ ୨୦୦୧ ମସିହାରେ ୭କୋଟି ଟଙ୍କା ଦେବାକୁ ଅସହାୟତା ପ୍ରକାଶ କରିଥିବା ରାଜ୍ୟ ସରକାର ୧୫୦କୋଟି ଟଙ୍କା ଦେଇ ନିଜ ସମ୍ପତ୍ତିକୁ ନିଜେ କିଣିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଅଟେ । ଅତୀତରେ ବାରମ୍ବାର ଓଟିଏମ୍ ବନ୍ଦ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଚଳାଇ ରଖିବା ତତ୍‌କାଳୀନ ସରକାର ପଦକ୍ଷେପମାନ ନେଇଥିଲେ । ବର୍ତ୍ତମାନ ଯେଉଁ ଅର୍ଥ ଦିଆଯାଉଛି ତାହା ସେମାନଙ୍କର ପ୍ରାପ୍ୟ ଠାରୁ ବହୁତ କମ୍ ଏବଂ ହିସାବ ମଧ୍ୟ ଏକପାଖିଆ । ପ୍ରାପ୍ୟ ନପାଇ ଅବସର ଗ୍ରହଣ କରିଥିବା ପ୍ରାୟ ୫୧୨ ଶ୍ରମିକ ଏବଂ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ୧୨୯ଜଣଙ୍କୁ ଏହି ଅନୁଦାନ ରାଶି ଦିଆଯାଉନାହିଁ । ଠିକ୍ ସେହିପରି ଏହି ସମୟ ମଧ୍ୟରେ ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ଶ୍ରମିକ ଓ କର୍ମଚାରୀମାନେ ମୃତୁବରଣ କରିଛନ୍ତି । କମ୍ପାନୀ ସରକାରଙ୍କ ହାତରେ ଥିବା ସମୟରେ ଶ୍ରମିକମାନଙ୍କ ଦରମାରୁ କଟାଯାଇଥିବା ଭବିଷ୍ୟନିଧି ପାଣ୍ଠିର ଶ୍ରମିକ ଏବଂ କମ୍ପାନୀ ପକ୍ଷଙ୍କ ଅଂଶ ଦାଖଲ କରାଯାଇନାହିଁ ଏବଂ ସେ ବିଷୟରେ କୌଣସି ଘୋଷଣା କରାଯାଉନାହିଁ । ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଯୋଗୁଁ ପ୍ରତାରିତ ଶ୍ରମିକ ପରିବାରଗୁଡ଼ିକର ଜୀବନ ଜୀବିକାର ସୁରକ୍ଷା ସଂପର୍କରେ ସନ୍ଦିହାନ ହୋଇପଡ଼ିଛନ୍ତି । ସରକାର ସେମାନଙ୍କୁ ସେମାନଙ୍କର ବାସସ୍ଥାନ ସଂପର୍କରେ ଆଶ୍ୱାସନା ଦେବା ସହିତ ସେମାନଙ୍କ ପାଇଁ ସହରାଞ୍ଚଳ ସମ୍ମନ୍ୱିତ ବାସଗୃହ ଯୋଜନା କାର୍ଯ୍ୟକାରୀ କରିବା,ଉଠାଦୋକାନୀମାନଙ୍କୁ ଥଇଥାନ ପାଇଁ ବାମଦଳ ଦାବି କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ସି.ପି.ଆଇ.(ଏମ୍‌)ର କଟକ ଜିଲ୍ଲା ସଂପାଦକ ବଦ୍ରୀନାରାୟଣ ଦାଶ,ସି.ପି.ଆଇ.ର କଟକ ଜିଲ୍ଲା ସଂପାଦକ ବିନୋଦ ବେହେରା, ସି.ପି.ଆଇର ରାଜ୍ୟ କମିଟି ସଦସ୍ୟ ତଥା ଓ.ଟି.ଏମ୍ ଶ୍ରମିକ ୟୁନିୟନର ନେତା ଅମରେନ୍ଦୁ ମହାନ୍ତିି, ବଳରାମ ନାୟକ, ଜୟ ସିଂ, ବିପିନ ବିହାରୀ ସାହୁ, ଅଭୟ ସ୍ୱାଇଁ, ପ୍ରତାପ ମହାପାତ୍ର, ବିଷ୍ଣୁ ବେହେରା, ଚନ୍ଦ୍ରକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ