ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

ଓଟିଇଟି ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ, ବୋର୍ଡ କାର୍ଯ୍ୟାଳୟ ସାମ୍ନାରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରତିବାଦ

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ଦ୍ୱାରା ପରିଚଳିତ ସ୍ପେଶାଲ ଓଡ଼ିଶା ଟିଚର ଇଲିଜିବିଟି (ଓଟିଇଟି) ପରୀକ୍ଷା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ହୋଇଛି । ଓଟିଇଟି ପରୀକ୍ଷାର ଫଳ ଦୁଇ ଦିନ ତଳେ ପ୍ରକାଶ ପାଇଥିବା ବେଳେ ଏହି ପରୀକ୍ଷାରେ ଫେଲ ହୋଇ ଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ଅଭିଯୋଗ କରିଛନ୍ତି ଏବଂ ପରୀକ୍ଷା ପ୍ରଶ୍ନପତ୍ର ଓ ପରିଚାଳନାରେ ତ୍ରୁଟି ଥିବା ଅଭିଯୋଗରେ ସେମାନଙ୍କୁ ଗ୍ରେସ ମାର୍କ ଦେଇ ପାସ ଘୋଷଣା ପାଇଁ ଦାବି କରିଛନ୍ତି । ଏହି ଦାବି ନେଇ କଟକ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତିବାଦ କରିଛନ୍ତି । ଗ୍ରେସ ମାର୍କ କିମ୍ବା ପାସ୍ ମାର୍କ ଦାବିରେ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ଏହି ଶିକ୍ଷକମାନେ ଗତ ୩ ଦିନ ଧରି ବୋର୍ଡ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦାବି ଜଣାଉଥିଲେ ବି ଏଥିପ୍ରତି କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ଅଗଷ୍ଟ ୨୯ରେ ସ୍ପେଶାଲ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଗତ ୯ ତାରିଖରେ ଏହାର ରେଜଲ୍ଟ ବାହାରିଛି । ହେଲେ ୧୦ ତାରିଖରେ ପୁନର୍ବାର ରେଜଲ୍ଟ ବାହାର କରାଯାଇ ଫେଲ୍ ହୋଇଥିବା ବହୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପାସ୍ କରାଯାଇଛି । ଅପରପକ୍ଷେ, ୯ ତାରିଖରେ ପ୍ରକାଶିତ ରେଜଲ୍ଟରେ ଭଲ ମାର୍କ ରଖିଥିବା ବହୁ ଶିକ୍ଷକଶିକ୍ଷୟିତ୍ରୀ ଫେଲ୍ ହୋଇ ଯାଇଛନ୍ତି । ଏହାର ପ୍ରତିବାଦରେ ଶହ ଶହ ଶିକ୍ଷକ ୩ ଦିନ ହେଲାଣି ବୋର୍ଡ ସମ୍ମୁଖରେ ଏକାଠି ହୋଇ ନିଜ ଦାବି ଜଣାଉଛନ୍ତି । ବାରମ୍ବାର ଓଟିଇଟି ପରୀକ୍ଷା ଦେବା ପରେ ବି ପାସ୍ କରିବା କଷ୍ଟସାଧ୍ୟ ହେଉଥିବାରୁ କିଛି ଗ୍ରେସ୍ ମାର୍କ ଦେବାକୁ କିମ୍ବା ପାସ୍ ମାର୍କ କମ୍ କରିବାକୁ ସେମାନେ ଗୁହାରି କରୁଛନ୍ତି । ହେଲେ ବୋର୍ଡ କର୍ତ୍ତୃପକ୍ଷ ଏହାକୁ ଶୁଣୁ ନାହାନ୍ତି । ସରକାରଙ୍କ ବିନା ନିର୍ଦ୍ଦେଶ ଓ ଅନୁମତିରେ ଗୋଟିଏ ବି ମାର୍କ ବଢ଼ା ଯାଇ ପାରିବନି ବୋଲି ବୋର୍ଡ ପକ୍ଷରୁ ସଫା ସଫା ଶୁଣାଇ ଦିଆଯାଇଛି । ଏନେଇ ଜଣେ ଶିକ୍ଷକ କହିଛନ୍ତି, ୨୦୧୨ରୁ ୨୦୨୨ ପର୍ଯ୍ୟନ୍ତ ଯେତେଥର ଓଟିଇଟି ପରୀକ୍ଷା ହୋଇଛି ସବୁଥିରେ ତ୍ରୁଟି ବାହାରିଛି । ଆମେମାନେ ଚାକିରିରେ ଥିବା ସତ୍ତ୍ୱେ ପରୀକ୍ଷା ଦେଉଥିବାରୁ ଆମ ପ୍ରତି କର୍ତ୍ତୃପକ୍ଷ କିଛି କୋହଳ ମନୋଭାବ ପୋଷଣ କରିବା ଆବଶ୍ୟକ । ଅନ୍ତତଃ କିଛି ଗ୍ରେସ୍ ମାର୍କ ପ୍ରଦାନ କଲେ ବହୁ ସଂଖ୍ୟାରେ ଶିକ୍ଷକ ଉପକୃତ ହୋଇପାରନ୍ତେ । ମାତ୍ର ଏଥିନିମନ୍ତେ ସେମାନେ ରୋକଠୋକ ମନା କରି ଦେଉଛନ୍ତି । ଗତ ୩ ଦିନ ହେଲାଣି ନିଜ ଦାବି ନେଇ ହଜାର ହଜାର ଶିକ୍ଷକ ବୋର୍ଡ ଅଫିସ୍ ସାମନାରେ ରୁଣ୍ଡ ହୋଇ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ବୋର୍ଡ କର୍ତ୍ତୃପକ୍ଷ କିନ୍ତୁ କିଛି ଶୁଣିବା ପରିସ୍ଥିତିରେ ନାହାନ୍ତି । ବୋର୍ଡ ସଭାପତିଙ୍କ ସହ ଆଲୋଚନା ବି ସଫଳ ହୋଇନି । ତେଣୁ ଆଗାମୀ ଦିନରେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି