ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ

ଓଏଚଆରସିରୁ ଇସ୍ତଫା ଦେଲେ ନ୍ୟାୟମୂର୍ତ୍ତି ରଘୁବୀର ଦାଶ

News by B.Mishra (Bhubaneswar)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ମାନବାଧିକାର କମିଶନ (ଓଏଚଆରସି)ରୁ ସଦସ୍ୟ ପଦରୁ ନ୍ୟାୟମୂର୍ତ୍ତି ରଘୁବୀର ଦାଶ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଥିବା ଜଣାପଡ଼ିଛି ।
ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷଙ୍କ ନିୟୁକ୍ତି ପ୍ରସଙ୍ଗ ନେଇ ନ୍ୟାୟମୂର୍ତ୍ତି ଦାଶ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ନିକଟରେ ଓଡ଼ିଶା ମାନବାଧିକାର କମିଶନର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶତ୍ରୁଘ୍ନ ପୂଜାହାରୀଙ୍କୁ ନିଯୁକ୍ତି ଦେଇଛନ୍ତି । ତେବେ ନ୍ୟାୟମୂର୍ତ୍ତି ଦାଶଙ୍କ କହିବା କଥା ଓଏଚ୍‌ଆରସିର ନୂଆ ଅଧ୍ୟକ୍ଷ ଭାବେ ଯିଏ ନିଯୁକ୍ତି ପାଇଛନ୍ତି ସେ ଓଡ଼ିଶା ହାଇକୋର୍ଟରେ ତାଙ୍କ ଜୁନିୟର ଥିଲେ । ତେଣୁ ନବ ନିଯୁକ୍ତ ଅଧ୍ୟକ୍ଷଙ୍କ ଅଧୀନରେ କାର୍ଯ୍ୟ କରିବା ପାଇଁ ତାଙ୍କୁ ତାଙ୍କ ବିବେକ ବାଧା ଦେଇଛି । ଆତ୍ମସମ୍ମାନ ଦୃଷ୍ଟିରୁ ସେ ଆଉ ଓଏଚ୍‌ଆରସିର ସଦସ୍ୟ ଭାବେ କାର୍ଯ୍ୟ କରିପାରିବେ ନାହିଁ ବୋଲି ନ୍ୟାୟମୂର୍ତ୍ତି ଦାଶ ରାଜ୍ୟପାଳଙ୍କୁ ପଠାଇଥିବା ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଏଥି ସହିତ ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଓଏଚ୍‌ଆରସିର ନବନିଯୁକ୍ତ ଅଧ୍ୟକ୍ଷ ନିହାତି ଭାବେ ଜଣେ ଯୋଗ୍ୟ ବ୍ୟକ୍ତି । ଏହି ଅନୁଷ୍ଠାନର ପ୍ରତିଷ୍ଠାକୁ ଆହୁରି ଉପରକୁ ନେବାକୁ ତାଙ୍କ ପାଖରେ ସମସ୍ତ ଦକ୍ଷତା ରହିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ