ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ

ଐକତାର ରଜତ ଜୟନ୍ତୀ ଉତ୍ସବ: ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଇଛି ଭାରତ- ରାଜ୍ୟପାଳ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): କଟକର ସହିଦ୍ ଭବନରେ ତେଲୁଗୁ ସମ୍ପ୍ରଦାୟର ରଜତ ଜୟନ୍ତୀ ଏବଂ ଜାତୀୟ ତେଲୁଗୁ ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ତେଲୁଗୁ ସମ୍ପ୍ରଦାୟର ଐକତା ସଂଗଠନ ପକ୍ଷରୁ ଅଧ୍ୟକ୍ଷ ଭି. ସୁଭାଷ ନାଇଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍‌ଘାଟନ କରିଥିଲେ । ରାଜ୍ୟପାଳ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତିରେ ବିଭିନ୍ନତାରେ ଏକତାର ଉଦାହରଣ ଦେଇ କହିଲେ ଯେ ଭାରତ ବର୍ଷ ସମଗ୍ର ବିଶ୍ୱକୁ ବସୁଧୈବ କୁଟୁମ୍ବକମ୍‌ର ଶିକ୍ଷା ଦେଉଛି । ଏହି କ୍ରମରେ ରାଜ୍ୟପାଳ ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିର ମହାନତା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିସହିତ ଉତ୍କଳ ପ୍ରଦେଶର ମହାନ୍ ବାରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ମଧ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସେ କହିଲେ ଯେ ମାନବିକତାର କୌଣସି ଜାତି ନାହିଁ । ଇଶ୍ୱର ମନୁଷ୍ୟ ଭିତରେ ସରଳତା, ମାନବିକତା, ସତ୍ୟ, ସଂଯମତା, ଶାନ୍ତି, ଅହିଂସା ଭଳି ଗୁଣ ପ୍ରଦାନ କରିଛନ୍ତି । ଏହାର ପ୍ରତି ବଦଳରେ ପ୍ରତ୍ୟେକ ମନୁଷ୍ୟ ମଧ୍ୟ ଇଶ୍ୱରଙ୍କ ସୃଷ୍ଟିକୁ ସମ୍ମାନ ଦେବା ଉଚିତ୍ । ସେହିପରି ମନୁଷ୍ୟ ବିଭିନ୍ନ ପ୍ରକାରର ମାୟାଜାଲରୁ ମୁକ୍ତ ହୋଇପାରିଲେ ଇଶ୍ୱରୀୟ ସତା ପାଇପାରିବେ । ଏହି କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଏ.ଏସ୍‌. ନାଇଡୁ, ବାରବାଟୀ-କଟକ ବିଧାୟକ ମହମ୍ମଦ୍ ମୋକିମ୍‌, କଟକ ମହାନଗର ନିଗମ ମେୟର୍ ସୁବାସ ସିଂ, ପ୍ରମୁଖ ଆୟକର ସଚିବ ୱାଇ ରାଜେନ୍ଦ୍ର ଯୋଗ ଦେଇଥିଲେ । ସମ୍ପାଦକ କେ. ରାମାରାଓ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରାଜ୍ୟପାଳ ଏହି ଅବସରରେ ସଂଗଠନ ପକ୍ଷରୁ ପ୍ରସ୍ତୁତ ଶୋଭନିୟର୍‌କୁ ଉନ୍ମୋଚନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ