ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଏସ୍‌ଟି କମିଶନରେ ଜିଲ୍ଲାପାଳ ହାଜର ହେବା ମାମଲା: ହାଇକୋର୍ଟଙ୍କ ରହିତାଦେଶ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ପାଇଁ ହୋଇଥିବା ନିର୍ଦ୍ଦେଶ ଉପରେ ଆଜି ମାନ୍ୟବର ହାଇକୋର୍ଟ ରହିତା ଦେଶ ଜାରି କରିଛନ୍ତି । ଜିଲ୍ଲାପାଳ ପ୍ରତିନିଧିଙ୍କ ଉପସ୍ଥିତିରେ କମିଶନ ମାମଲା ଶୁଣାଣି କରିପାରିବେ ବୋଲି ହାଇକୋର୍ଟ ଆଦେଶ ଦେବା ସହ ୬ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବବୋଲି ସମୟ ଧାର୍ଯ୍ୟ କରିଛନ୍ତି । ମାମଲାରୁ ବିବରଣୀରୁ ପ୍ରକାଶଯେ,ବିଭିନ୍ନ ସମସ୍ୟା ନେଇ କେନ୍ଦୁଝରର ଆଦିବାସୀ ସଂଗଠନ ଅନୁସୂଚିତ ଜନଜାତି ଆୟୋଗରେ ମାମଲା ଦାୟର କରିଥିଲେ । ଏଣୁ ଶୁଣାଣିବେଳେ ଉପସ୍ଥିତ ରହିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କୁ ଜାତୀୟ ଜନଜାତି କମିଶନଙ୍କ ବାରମ୍ବାର ନୋଟିସ ସତ୍ତ୍ୱେ ସେ ହାଜର ହେଉନଥିଲେ । ଏଣୁ କମିଶନ୍ ଜିଲ୍ଲାପାଳଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବା ସହ ଏପ୍ରିଲ୍ ୧୩ତାରିଖ ପୁର୍ବାହ୍ନ ୧୧ଟା ସୁଦ୍ଧା ଜିଲ୍ଲାପାଳଙ୍କୁ ହାଜର କରାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲାପାଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ପରିଚାଳନା କରୁଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି