ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ!

ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ!

ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ!

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): କଟକ ବଡ଼ ମେଡ଼ିକାଲ(ଏସସିବି)ରେ ଜଣେ ମହିଳା ସୁଇପରଙ୍କୁ ସମ୍ପୃକ୍ତ ବିଭାଗର ସୁପରଭାଇଜର ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି । କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ସୁପରଭାଇଜର ଜଣକ ମେଡିକାଲ ଏସଆର ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ବଳାତ୍କାର କରିଥିବା ନେଇ ପୀଡ଼ିତା ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ସୁପରଭାଇଜର ଜଣକ ବଳାତ୍କାର କରିବା ପରେ ଏହି ଘଟଣା ବିଷୟରେ କାହାକୁ କହିଲେ ଜୀବନରୁ ମାରି ଦେବାପାଇଁ ମଧ୍ୟ ପୀଡିତାଙ୍କୁ ଧମକ ଦେଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ତେବେ ମେଡିକାଲରେ ସୁଇପରଙ୍କୁ ନିଯୁକ୍ତ କରିଥିବା ଆଉଟସୋର୍ସିଂ ସଂସ୍ଥା କର୍ତ୍ତୃପକ୍ଷକୁ ପୀଡ଼ିତା ପ୍ରଥମେ ଅଭିଯୋଗ କରିଥିଲେ । ମାତ୍ର ସଂସ୍ଥା ପକ୍ଷରୁ ସମ୍ପୃକ୍ତ ଅଭିଯୁକ୍ତ ସୁପରଭାଇଜରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନଦେବାରୁ ବାଧ୍ୟ ହୋଇ ପୀଡ଼ିତା ଜଣକ ନ୍ୟାୟ ପାଇବା ପାଇଁ ମଙ୍ଗଳାବାଗ ଥାନାର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ଘଟଣାରେ ସଂପୃକ୍ତ ଜଣେ ମହିଳାଙ୍କ ବିରୋଧରେ ବି ଅଭିଯୋଗ ହୋଇଛି । ପୁଲିସ ଓ ସାଇଣ୍ଟିଫିକ୍ ଟିମ ସହିତ ଘଟଣାର ତଦନ୍ତ ଜାରିରଖିଥିବାବେଳେ ଘଟଣାପରେ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି । କଟକ ବଡ଼ମେଡ଼ିକାଲକୁ ରାଜ୍ୟସରକାର ବିଶ୍ୱସ୍ତରୀୟ କରିବା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରିବା ସହ ଭିତ୍ତିଭୂମିର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ମାତ୍ର ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହୀନତା ତଥା କିଛି ଦୁର୍ନୀତି ଯୁକ୍ତ କର୍ମଚାରୀ, ଠିକା ସଂସ୍ଥା ଯୋଗୁଁ କଟକ ବଡ଼ଡାକ୍ତର ଖାନା ଭଳି ଏକ ବୃହତ ଅନୁଷ୍ଠାନ ସବୁବେଳେ ନିନ୍ଦିତ ହେଉଛି । ଏଠାରେ ରୋଗୀସେବାକୁ ଯେତିକି ଗୁରୁତ୍ୱ ଦିଆଯିବା କଥା ତା’ ଠାରୁ ଅଧିକ ଦୁର୍ନୀତି ଚାଲିଥିବା ରୋଗୀ ତଥା ରୋଗୀ ସମ୍ପର୍କୀୟ ଅଭିଯୋଗ ଆଣୁଛନ୍ତି । ତେଣୁ କଟକ ବଡ଼ମେଡ଼ିକାଲର ସୁନାମ ବଜାୟ ରଖିବା ନିମନ୍ତେ ମେଡ଼ିକାଲ କର୍ତ୍ତୃପକ୍ଷ ବିଫଳ ହେଉଥିବା ଯୋଗୁଁ ଏଭଳି ଗୋଟିଏ ପରେ ଗୋଟିଏ ଦୁର୍ନାମ ଘଟୁଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ତେବେ ଏ ନେଇ ସମ୍ପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ