ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା

ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା

ଏସସିବିରେ ବରିଷ୍ଠ କଳାକାର ନିତ୍ୟାନନ୍ଦଙ୍କୁ ଭେଟିଲେ ଦୈତାରୀ ପଣ୍ଡା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.):ଯାତ୍ରା ଜଗତର ବରିଷ୍ଠ କଳାକାର ନିତ୍ୟାନନ୍ଦ ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଯୋଗୁଁ କଟକ ବଡ଼ ମେଡ଼ିକାଲ(ଏସସିବି) ହୃଦରୋଗ ବିଭାଗରେ ଚିକିତ୍ସିତ ହେଉଛନ୍ତି । ଗୁରୁବାର ଅସୁସ୍ଥ ଶ୍ରୀ ପାଢୀଙ୍କୁ ଭେଟିଛନ୍ତି ଯାତ୍ରା ଟାଇଗର ଭାବେ ପରିଚିତ ଦୈତାରୀ ପଣ୍ଡା । ଶ୍ରୀ ପଣ୍ଡା ତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ଡାକ୍ତରୀ ଟିମ ସହ ଆଲୋଚନ କରିବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଅନ୍ୟପକ୍ଷରେ ଶ୍ରୀ ପାଢୀଙ୍କ ଚିକିତ୍ସା ଲାଗି ଓଡ଼ିଶାର ସଂସ୍କୃତି ବିଭାଗ ନିକଟରେ ଆର୍ଥିକ ସହାୟତା ପ୍ରଦାନ ଲାଗି ନିବେଦନ କରିଛନ୍ତି । ସେ ଗତ ୨ ତାରିଖରେ ଭଦ୍ରକ ଅଞ୍ଚଳର ଶ୍ରୀ ପାଢୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକ ଏସସିବିର ହୃଦରୋଗ ବିଭାଗରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ବର୍ତ୍ତମାନ ହୃଦରୋଗ ବିଭାଗର ଦ୍ୱିତୀୟ ମହଲା ଶଯ୍ୟା ନମ୍ବର ୨୧୨ରେ ରଖାଯାଇ ଚିକିତ୍ସା କରାଯାଉଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଶ୍ରୀ ପାଢୀ ଦୀର୍ଘ ୪୦ ବର୍ଷ ଧରି ୨ ଶହରୁ ଊର୍ଦ୍ଧ୍ୱ ନାଟକରେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରି ଆସୁଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ