ଏନ.ଏଲ.ୟୁ. ଓଡିଶାର ଏନ.ଏସ.ଏସ ବ୍ୟୁରୋ ଦ୍ୱାରା ସ୍ୱଚ୍ଛତା ହିଁ ସେବା ‘କ୍ୟାମ୍ପେନ କାର୍ଯ୍ୟକ୍ରମ’
#ବାରଙ୍ଗ(ଏନ୍.ଏମ୍.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଏନ.ଏସ.ଏସ ବ୍ୟୁର ଦ୍ୱାରା ‘ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ’ ସ୍ଥାନୀୟ ବାଲ୍ମୀକି ନଗର ଏବଂ ବାବା ତିଲକା ନଗର ସାହିରେ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତ ସରକାରଙ୍କର ୧ତାରିଖରେ ୧ଘଣ୍ଟା ଓ ଏକ ସାଥ କାର୍ଯ୍ୟକ୍ରମ ଅଧିନରେ ଉପରୋକ୍ତ ୨ଗୋଟି ସାହିରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏନ.ଏଲ.ୟୁର ଛାତ୍ରଛାତ୍ରୀ ଓ ଅଧ୍ୟାପକ-ଅଧ୍ୟାପିକାମାନେ ସ୍କୁଲ ହତା ଅଙ୍ଗନବାଡି କେନ୍ଦ୍ର ପରିସର ଓ ଗୋଷ୍ଠୀ ଗୃହ ପରିସରରେ ସଫେଇ କାର୍ଯ୍ୟକ୍ରମ ଜରିଆରେ ଶ୍ରମଦାନ କରିଥିଲେ । କାର୍ଯ୍ୟକ୍ରମ ପରିଶେଷରେ ଅଂଶ ଗ୍ରହଣ କରିଥିବା ସାହି ବା କମ୍ୟୁନିଟିର ସଦସ୍ୟ ତଥା ଜନସାଧାରଣ ସ୍ୱଚ୍ଛତା ଶପଥ ଗ୍ରହଣ କରି ନିଜ ନିଜ ପରିବେଶକୁ ସ୍ୱଚ୍ଛ ରଖିବା ନିମନ୍ତେ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ରଥ ସାହୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ । ଏନ.ଏଲ.ୟୁ.ର ଅଧ୍ୟାପକ ପ୍ରଫେସର ମୟଙ୍କ ତିୱାରୀ (ଏନଏସଏସ -ସଂଯୋଜକ ), ବିଜୟ ଭାସ୍କର, କ୍ରୀତୀ ଶ୍ରୀବାସ୍ତବ, ଦୁର୍ବାଦଳ ମନ୍ତ୍ରୀ ଓ ହିଲାରି ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।