ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି

ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି

ଏଥର ଦୀପାବଳିରେ ଗ୍ରୀନ କ୍ରାକର ଫୁଟାଇବାକୁ ହାଇକୋର୍ଟରୁ ମିଳିଲା ଅନୁମତି


କଟକ(ଏନ୍‌.ଏମ୍‌.): ଏଥର ଦୀପାବଳିରେ ଗ୍ରୀନ୍ କ୍ରାକର ବାଣ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଚଳିତ ବର୍ଷ କରୋନା ସଂକ୍ରମଣର ଆଶଙ୍କା ରହିଥିବା ଯୋଗୁଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଦୀପାବଳୀ ପାଳନ ଉପରେ ମଧ୍ୟ କଟକଣା ଜାରି କରାଯାଇଥିଲା । ବାଣ ଫୁଟାଇବା ଉପରେ ପ୍ରଶାସନ ଅଙ୍କୁଶ ଲଗାଇଥିବାବେଳେ ହାଇକୋର୍ଟ ଏଥିରେ କିଛି କୋହଳ କରିଛନ୍ତି । କେବଳ ଗ୍ରୀନ୍ କ୍ରାକର ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେଇଛନ୍ତି । ପିଇଏସଓ ଅନୁମତିପ୍ରାପ୍ତ କ୍ରାକର ଫୁଟାଇ ହେବ ବୋଲି ହାଇକୋର୍ଟ କହିଛନ୍ତି । ତେବେ ପୂର୍ବରୁ ସବୁଜ ବାଣ ନେଇ ସୁପ୍ରିମକୋର୍ଟ ମଧ୍ୟ ଅର୍ଡ଼ର ଦେଇଥିଲେ । ମୁଖ୍ୟତଃ ଏହି ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍ କ୍ଷତିକାରକ । ଏଥିରେ ବହୁତ୍ କମ୍ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ । ଏଥିରେ କେମିକାଲ୍ ଫର୍ମୁଲେସନ୍ ଏମିତି ହୋଇଥାଏ ଯାହା ପାଣିର ମଲିକ୍ୟୁଲ୍ ବା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ । ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣସ୍ତରକୁ କମ୍ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ । ମୁଖ୍ୟତଃ ଏହା ଲାଇଟ୍ ଓ ସାଉଣ୍ଡ୍ ସୋ ହୋଇଥାଏ, ଯାହା କମ୍ ପ୍ରଦୂଷଣ କରିଥାଏ । ପାର୍ଟିକୁଲେଟ୍ ମେଟର, ନାଇଟ୍ରସ୍ ଅକ୍ସାଇଡ୍ ଓ ସଲ୍ଫର୍ ଅକ୍ସାଇଡ୍ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ କମ୍ କରିଥାଏ । ସେହିପରି କମ୍ ଆଲମିନିୟମ୍ ଥିବା ବାଣ, ଯାହା କମ୍ ପ୍ରଦୂଷଣ କରିଥାଏ । ବିଜ୍ଲି ବାଣ, ଯେଉଁଥିରେ ବାରୁଦର ବ୍ୟବହାର ହୋଇ ନଥାଏ । ଏମିତି ସବୁ ବାଣ ଯେଉଁଥିରେ ଆଣ୍ଟିମନି, ଲିଥିୟମ୍‌, ମର୍କ୍ୟୁରି, ଆର୍ସେନିକ୍ ଆଦି କ୍ଷତିକାରକ ଜିନିଷର ମିଶ୍ରଣ ହୋଇ ନଥାଏ । ତେଣୁ ଏହି ସବୁ ବାଣକୁ ସବୁଜ ବାଣ ବା ଗ୍ରୀନ କ୍ରାକର କୁହାଯାଏ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ