ଏଆଇଡିଡବ୍ଲୁଏର ତ୍ରୟୋଦଶ ସର୍ବଭାରତୀୟ ସମ୍ମିଳନୀ ସଫଳତା ପାଇଁ ସମାରୋହ

#ଭୁବନେଶ୍ୱର (ଏନ୍.ଏମ୍.) : ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି(ଏଆଇଡିଡବ୍ଲୁଏ)ର ଏକ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏକ ହୋଇ ଲଢିବା, ସମାନତା ଆଣିବା ଏହି ବାର୍ତ୍ତାକୁ ଓଡିଶାରେ ପୁର ପଲ୍ଲୀରେ ପହଞ୍ଚାଇବା, ଏବଂ ଗଣତନ୍ତ୍ର, ସମାନତା ଓ ନାରୀ ମୁକ୍ତି ପାଇଁ ଆହ୍ୱାନ ଦେବା, ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭାରତ ବର୍ଷର ଏକ ସର୍ବ ବୃହତ ପୁରାତନ ଗଣ ସଂଗଠନ । ସମ୍ବିଧାନର ନିମୟ ଅନୁସାରେ ଆସନ୍ତା ୬ରୁ ୯ପର୍ଯ୍ୟନ୍ତ ଜାନୁୟାରୀ ୨୦୨୩ରେ ତ୍ରୟୋଦଶ ସର୍ବ ଭାରତୀୟ ସମ୍ମିଳନୀ କେରଳର ରାଜଧାନୀ ତ୍ରିଭେନ୍ଦ୍ରମ ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ସଫଳ କରିବା ପାଇଁ ତଥା ମହିଳା ମାନଙ୍କର ଅଧିକାର ଶିକ୍ଷା, ସ୍ୱାସ୍ଥ୍ୟ, ଖାଦ୍ୟର ସୁନିଶ୍ଚିତ କରିବା ସାମାଜିକ ରାଜନୈତିକ, ଆର୍ଥିକସ୍ତରରେ ସମାନତା ପାଇଁ ସଂଗଠନକୁ ଆହୁରି ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ ଏକ ମିଳିତ ପ୍ରତିଯୋଗିତା ନାଚ, ଗୀତ, ଚିତ୍ରାଙ୍କନ, ଝୋଟି ଓ ସ୍ଲୋଗାନ ମାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଗଠନର ରାଜ୍ୟ ସଭାନେତ୍ରୀ ଶୁଶିଳା ମୁଣ୍ଡା ସର୍ବ ଭାରତୀୟ ସଂପାଦିକା ତାପସ୍ୱୀ ପ୍ରହରାଜ, ମିନତୀ ପାଣିଗ୍ରାହୀ ପରିଚାଳନା କରିଥିଲେ । ପ୍ରତିଯୋଗିତାରେ ବିଜୟତା ମାନଙ୍କୁ ପ୍ରଫେସର ଆଶା ହଂସ, ଡ.ରୋସେନାରା ବେଗମ, ପ୍ରମୋଦିନୀ ପାଇକରାୟ, ଉଷାରାଣୀ ବେହେରା ଅତିଥି ଭାବରେ ଯୋଗଦେଇ ପୁରଷ୍କୃତ କରିଥିଲେ । ତ୍ରୟୋଦଶ ସର୍ବ ଭାରତୀୟ ସମ୍ମିଳନୀକୁ ସଫଳ କରିବା ଉଦ୍ଦେଶ୍ୟରେ ସଂଗ୍ରାମର ବାର୍ତ୍ତା ନେଇ ମଶାଲ ପ୍ରଜ୍ୱଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଖୋର୍ଦ୍ଧା ଜିଲ୍ଲାର ସମ୍ପାଦିକା ନୟନା ନାୟକ, ବିମଳି ନାୟକ, ଚିନ୍ମୟ ରାଉତ, ଜସ୍ମିନୀ ଗିରି, ସୁନ୍ଦରଗଡ ଜିଲ୍ଲା ସଂପାଦିକା ଶୁଶିଳା ମୁଣ୍ଡା ପ୍ରମୁଖ ଶତାଧିକ ମହିଳା ଯୋଗ ଦେଇଥିଲେ ।