ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା

ଉପ-ଜିଲ୍ଳାପାଳଙ୍କ କଡାମିଜାଜ, ଚାଷୀ ଫିଙ୍ଗି ଦେଲେ ବସ୍ତା ବସ୍ତା ପରିବା

ବଲାଙ୍ଗିର ,ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ୧୪ ଦିନିଆ ଲକଡାଉନ । ଲକଡାଉନର ପ୍ରଥମ ଦିନରେ, ଖୁବ ତତ୍ପର ଥିଲା ବଲାଙ୍ଗିର ପୁଲିସ । ପ୍ରଶାସନ ସକାଳ ୫ ଟାରୁ, ଖୋଦ ବଲାଙ୍ଗିର ଏସ୍.ପି ସହର ଭିତରେ ରାସ୍ତାଉପରେ ପୁଲିସ ଫୋର୍ସକୁ ଲକଡାଉନ ନିୟମ ସଂର୍ପକରେ ତାଲିମ ଦେଇଥିଲେ । କୋଉ କୋଉ ଦୋକାନ ବନ୍ଦ ରହିବ ? କୋଉ ଦୋକାନ ଖୋଲାରହିବ ? କିଏ ରାସ୍ତାରେ ଯା ଆସ କରିପାରିବ ? କାହା ଉପରେ କଟକଣା ଲାଗୁହେବ ? ସବୁକିଛି ବୁଝାଇ ଦେଇଥିଲେ ଏସ୍.ପି । ଏପରିକି କୌଣସି ପରିସ୍ଥିତିରେ ବି ଲୋକଙ୍କ ଉପରେ ଲାଠି ଚାଳନା ନକରିବା ପାଇଁ ଏସ୍.ପିଙ୍କ ତାଗିଦ କରିଥିଲେ । ହେଲେ ଏତେ ସବୁ ପରେ, ସକାଳ ୮ ଟାରେ ସହର ଭିତର ଡେଲିମାର୍କେଟରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଲା । ନୂଆକରି ଯୋଗଦେଇଥିବା ଉପ-ଜିଲ୍ଳାପାଳଙ୍କ କଡାମିଜାଜ ଯୋଗୁଁ, ପରିବା ବ୍ୟବସାୟୀ ରାସ୍ତା ଉପରେ ଫିଙ୍ଗିଦେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା । ଏତେ ଆୟୋଜନ ପରେବି ଦେଖାଦେଲା ଅଭାବନୀୟ ପରିସ୍ଥିତି ।
ଆଜି ସକାଳ ୫ ଟା ବଲାଙ୍ଗିର କଚେରୀ ଛକ ଖଚାଖଚ ପୋଲିସ ଫୋର୍ସ ଜାଗା ଉପରେ ପହଞ୍ଚିଥିଲେ ବଲାଙ୍ଗିର ଏସ୍.ପି ନୀତିନ କୁଶଳକର । ୧୪ ଦିନିଆ ଲକଡାଉନ ନେଇ ପୂରା ସମୀକ୍ଷା କରିଥିଲେ ।କୌଣସି ପରିସ୍ଥିତିରେ ବି ଲୋକଙ୍କ ଉପରେ ଲାଠିଚାଳନା କରିବେ ନାହିଁ ଦରକାର ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଆଇନ ମୁତାବକ କାର୍ଯ୍ୟାନୁଷ୍ଠାନ ନେଇ ଏସପି ସୂଚନା ଦେଇଥିଲେ । ଏସ୍.ପିଙ୍କ ସୂଚନା ପରେ ସକାଳ ୬ ଟାରୁ ସହରର ଛକ ଛକରେ ଆରମ୍ଭ ହୋଇଥିଲା ପୋଲିସର ପିକେଟିଂ । ହେଲେ ଗତକାଲି ବଲାଙ୍ଗିରରେ ନୂଆକରି ଯୋଗଦେଇଥିବା ଉପ-ଜିଲ୍ଳାପାଳ ଲମ୍ବୋଦର ଧରୁଆଙ୍କ ନେତୃତ୍ୱରେ, ସକାଳ ୮ ଟାରେ, ପୋଲିସ ଫୋର୍ସ ସହିତ ଏନଫୋର୍ସମେଣ୍ଟ ଟିମ ପହଞ୍ଚିଥିଲା ଡେଲିମାର୍କେଟରେ ।

କୃଷି ରାଜ୍ୟ