ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ

ଉପର ବାଲିଯାତ୍ରା ପଡ଼ିଆରେ ସାତସାହି କଟକ ନୃତ୍ୟୋତ୍ସବ ଡିସେମ୍ବର ୧୦ରୁୁ
ଦୁରାରୋଗୀ ଓ ଅନାଥ ଶିଶୁଙ୍କୁ ଉଦ୍ଦେଶ୍ୟରେ ସମର୍ପଣ ହେବ ଅଷ୍ଟମ ସଂଧ୍ୟା

News by Smrutiranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଐତିହାସିକ କଳା ସଂସ୍କୃତିର ସହର କଟକରେ ପାଲନ ହେବ ସାତସାହି କଟକ ନୃତ୍ୟୋତ୍ସବ । ଆସନ୍ତା ୧୦ତାରିଖରୁ ୧୮ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦୀର୍ଘ ୯ଦିନ ଧରି ହେବାକୁ ଥିବାବେଳେ ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୬୫ରୁ ଉର୍ଦ୍ଧ୍ୱ ଦଳର କଳାକାରମାନେ ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ । ଚଳିତ ବର୍ଷ ପ୍ରଥମ କରି ଏହା କଟକର ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ । କଟକ ନୃତ୍ୟୋତ୍ସବ କମିଟି ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିସଂଧ୍ୟାରେ ବହୁ ଖ୍ୟାତନାମା କଳାକାରଙ୍କ ସମେତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବବୋଲି ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ବାରବାଟୀ ଷ୍ଟାଡ଼ିୟମ ସ୍ଥିତ ଓସିଏ କନଫରେନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ହଜାର ବର୍ଷର ପ୍ରାଚୀନ ମହାନଗରୀ କଟକ, କଳା-ସଂସ୍କୃତି-ବାଣିଜ୍ୟ-ବ୍ୟବସାୟ ସର୍ବୋପରି ବିରଳ ଭାଇଚାରା ପରମ୍ପରା ପାଇଁ ସମଗ୍ର ଦେଶରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କଟକ ସହରରେ ବର୍ଷକ ବାରମାସର ତେର ପର୍ବ ପାଳନରେ ସାମ୍ପ୍ରଦାୟିକ ମନୋଭାବକୁ ପଛରେ ପକାଇ ପରସ୍ପର ସହିତ ହାତକୁ ହାତ କାନ୍ଧକୁ କାନ୍ଧ ମିଳାଇ ବେଶ୍ ଉତ୍ସାହର ସହିତ ପାଳନ କରି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇ ପାରିଛି । ବର୍ଷ ତମାମ୍ ବିଭିନ୍ନ ଅନୁଷ୍ଠାନ ସହରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ ଆସରର ଆୟୋଜନ କରି କେବଳ କଟକ ନୁହେଁ, ରାଜ୍ୟର କଳା ଓ ସଂସ୍କୃତିର ବିକାଶ ପାଇଁ ତାଙ୍କର ପ୍ରୟାସ ଜାରି ରଖିଛନ୍ତି । ତେବେ କଟକ ସହର ଠାରୁ ଆରମ୍ଭ କରି ଆମ ରାଜ୍ୟର ଅନେକ ସଂସ୍କୃତି ଧୀରେ ଧୀରେ ବିଲୁପ୍ତପ୍ରାୟ ହେବାକୁ ବସିଲାଣି, ଯାହାର ପୁନରୁଦ୍ଧାର କରିବା ଦିଗରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯାଇ ୨୦୧୦ ମସିହାରେ କାଠଯୋଡ଼ି ନଦୀକୂଳ ନିକଟ ରାଜାବଗିଚା ସାହି ସମେତ ସହରର ସାତଟି ସାହିର ମୁରବୀ, ଯୁବକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ସର୍ବୋପରି ସଂସ୍କୃତି ସମ୍ପନ୍ନ ବ୍ୟକ୍ତିବିଶେଷଙ୍କୁ ନେଇ ଜାତୀୟ ନୃତ୍ୟ, ସଂଗୀତ, ନାଟକର ପ୍ରତିଯୋଗିତା ତଥା ସାଂସ୍କୃତିକ ମହୋତ୍ସବ ସାତସାହି କଟକ ନୃତ୍ୟେତ୍ସବ ଜନ୍ମଲାଭ କରିଥିଲା । ୨୦୧୩ ମସିହାରୁ ଏହି ନୃତ୍ୟାତ୍ସବକୁ ଜାତୀୟ ନୃତ୍ୟ ସଂଗୀତ ଓ ନାଟକ ପ୍ରତିଯୋଗିତା ତଥା ମହୋତ୍ସବ ଭାବରେ ଘୋଷଣା କରାଯାଇଛି । ଚଳିତ ବର୍ଷ ଏହି ନୃତ୍ୟେତ୍ସବ ତା’ର ୧୩ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଥଲା । ତେବେ ଚଳିତ ବର୍ଷ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ଭାବରେ ନୃତ୍ୟେତ୍ସବକୁ ସଫଳ କରାଇବା ପାଇଁ ଜିଲ୍ଲାର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ପ୍ରସ୍ତୁତି ବୈଠକ ମାଧ୍ୟମରେ ଏକାଧୂକ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରିବା ସହିତ ଉପର ବାଲିଯାତ୍ରା ପଡ଼ିଆରେ କାର୍ଯ୍ୟକ୍ରମକୁ ଆୟୋଜନ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଥି ସହିତ ଏହି ନୃତ୍ୟୋତ୍ସବର ଅଷ୍ଟମ ସଂଧ୍ୟାକୁ କର୍କଟ ରୋଗ, ଥାଲାସେମିଆ, ମଧୁମେୟ ପୀଡ଼ିତ ଶିଶୁଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ । ଏହି ସଂଧ୍ୟାର ସମସ୍ତ ରାଜସ୍ୱକୁ ଉପରୋକ୍ତ ରୋଗୀ, ଭିନ୍ନକ୍ଷମ ସହିତ ଅନାଥ ଆଶ୍ରମକୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟର ବହୁ ନାମୀଦାମୀ କଳାକାର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଶେଷ ସନ୍ଧ୍ୟାରେ କମିଟିର ମୁଖପତ୍ର ‘ନଗରୀ କଟକ’ ଉନ୍ମୋଚନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ କମିଟି ପକ୍ଷରୁ ସିଏମସି ମେୟର ତଥା ମହୋତ୍ସବ କମିଟି ଅଧ୍ୟକ୍ଷ ସୁବାସ ସିଂହ, ଉପଦେଷ୍ଟା କିଶୋର ଚନ୍ଦ୍ର ବେହେରା, ସଭାପତି ରବିନାରାୟଣ ନନ୍ଦ, କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ମହାପାତ୍ର, ଡ. ଦୁର୍ଗାଚରଣ ଦାଶ, କୋଷାଧ୍ୟକ୍ଷ ଉଲ୍ଲାସ ସେନ୍‌, ରୂପକ ମିଶ୍ର, ବସନ୍ତ କୁମାର ଦାସ, ରମାକାନ୍ତ ବେହେରା, ବବିତା ସ୍ୱାଇଁ, ସବିତା ମହାନ୍ତି, ପଦ୍ମାଳୟା ବ୍ରହ୍ମଚାରୀ, ମୁକେଶ ପଲେଇ, ରଶ୍ମିରଞ୍ଜନ ତ୍ରିପାଠୀ, ସୁବ୍ରତ ସାମଲ, ତପେଶ ମହାପାତ୍ର, ତାରାକାନ୍ତ ମହାନ୍ତି, ସୁଧାକର କୁମାର, ରାଜେଶ ଦାସ, ବିଶ୍ୱଜିତ୍ ସେନାପତି, ସ୍ନେହାଶିଷ ଦାସ, ସୁବାଶିଷ ଦାସ, ସୁଶାନ୍ତ ପାତ୍ର, ଦେବାଶିଷ ସେନ, ନଳିନୀକାନ୍ତ ବେହେରା, ପାର୍ଥସାରଥୀ ସ୍ୱାଇଁ, ଜୀତେନ୍ଦ୍ର ପ୍ରସାଦ, ବିନୋଦ କୁମାର ଦାସ, ଧନୁର୍ଜୟ ସେଠି, ସରୋଜ ଦାସ, ଦେବାଶିଷ ଦାସ, ସନ୍ତୋଷ କୁମାର ସାହୁ, ଅଚ୍ୟୁତାନନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ