ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ

ଉତ୍ତର ପ୍ରଦେଶ ଚାଷୀ ହତ୍ୟା ଓ ପ୍ରିୟଙ୍କାଗାନ୍ଧୀ ଗରିଫ ପ୍ରତିବାଦରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ


#ଜଗତପୁର(ଏନ୍‍.ଏମ୍‍.): ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଠାରେ ଚାଷୀ ଆନ୍ଦୋଳନକାରୀଙ୍କୁ ଗାଡି ଚଢ଼େଇ ମାରିଦେବା ଘଟଣାର ଅର୍ଥ ଗଣତନ୍ତ୍ରକୁ ହତ୍ୟା କରିବା । ନିଜର ହକ ପାଇଁ ଗଣତାନ୍ତ୍ରୀକ ପଦ୍ଧତିରେ ଆନ୍ଦୋଳନ ଚାଲିଥିବାବେଳେ ସେମାନଙ୍କୁ ଇଂରେଜ ଶାସକଙ୍କ ଭଳି ହତ୍ୟା କରିବା ଭଳି ବର୍ବରତା ଦୁର୍ଭାଗ୍ୟଜନକ ବୋଲି ଜଗତପୁର ଠାରେ ଚୌଦ୍ୱାର-କଟକ ଯୁବ କଂଗ୍ରେସ ପକ୍ଷରୁ ଆୟୋଜିତ ପ୍ରତିବାଦ ସଭାରେ ଅଭିଯୋଗ ହୋଇଛି । ପୁନଶ୍ଚ ମୃତ ଚାଷୀ ପରିବାରକୁ ସମବେଦନା ଜଣେଇବା ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଯାଉଥିବାବେଳେ ତାଙ୍କୁ ଯେଭଳି ଭାବେ ଯୋଗୀ ଆଦିତ୍ୟନାଥ ସରକାର ଗିରଫ କରିଛି ତାହା କେନ୍ଦ୍ର ସରକାରଙ୍କ ହିଟଲରୀ ଶାସନରୁ କିଛି କମ୍‍ ନୁହେଁ । ତେଣୁ ଗଣତନ୍ତ୍ରର ରକ୍ଷା କରିବା ପାଇଁ ସମସ୍ତ ଦେଶବାସୀ ଏକଜୁଟ ହେବାର ସମୟ ଆସିଛି ବୋଲି ବିକ୍ଷୋଭକାରୀ ମାନେ କହିଥିଲେ । ଏହାର ପ୍ରତିବାଦରେ \”ଚୌଦ୍ୱାର-କଟକ ଯୁବକଂଗ୍ରେସ’ ପକ୍ଷରୁ ସଭାପତି ସ୍ମୃତିରଞ୍ଜନ ରାଉତଙ୍କ ନେତୃତ୍ୱରେ ଜଗତପୁର ଗୋଲେଇଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପିସିସି ସଭ୍ୟ ମାନସ ପରିଡା, ୭ନମ୍ବର ବ୍ଲକ ସଭାପତି ସୁରଜିତ ସାହୁ, ୪୯ନମ୍ବର ୱାର୍ଡ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରା, ୪୮ନମ୍ବର ୱାର୍ଡ ସଭାପତି ରଶ୍ମୀକାନ୍ତ ସାମଲ, ୩୫ନମ୍ବର ୱାର୍ଡ ସଭାପତି ଜେ. କାମେଶ୍ୱର ରାଓ, ଲଳିତ ଭୂୟାଁ, ବ୍ଲକ କଂଗ୍ରେସ ଉପସଭାପତି ଜୟ ନାରାୟଣ ତ୍ରିପାଠୀ, ଲଳିତ ପରିଡା, ଚୌଦ୍ୱାର-କଟକ ଯୁବ କଂଗ୍ରେସ ଉପସଭାପତି ବିଶ୍ୱଜିତ ବିଶ୍ୱାଳ ଙ୍କ ସମେତ ସତ୍ୟରଞ୍ଜନ ଜେନା, ଶ୍ରୀମନ୍ତ ବେହେରା, ଶୁଭାଶିଷ ରାଉତ, ମନୋଜ ରଂଜନ ରାଉତ, ସୁବାସ ବେହେରା, ଗୌତ୍ତମ ସ୍ୱାଇଁ, ସୌମ୍ୟରଞ୍ଜନ ସେଠୀ, ଅମିତ ରାଉତ, ଅଭିଜିତ ବିଶ୍ୱାଳ, ଦେବାଶିଷ ପରିଡା, ସୁଧାଂଶୁ ସ୍ୱାଇଁ, ଅବିନାଶ ପରିଡା, ସୌମ୍ୟରଂଜନ ରାଉତ, ରୌନକ ପ୍ରଧାନ, ଜିତେନ୍ଦ୍ର ସାହାଣୀ, ସୌମ୍ୟରଂଜନ ଛାଟୋଇ, ଦୁର୍ଗା ପ୍ରସାଦ ଜେନା, ସନ୍ଦୀପ ଶରଣ ପ୍ରମୁଖ ଯୋଗ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ