ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ

ଉତ୍କଳ ଦିବସ ଉପଲକ୍ଷେ ରକ୍ତଦାନ ଶିବିର : ୪୧ ୟୁନିଟ ସଂଗ୍ରହ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ପବିତ୍ର ଉତ୍କଳ ଦିବସ କମିଶନରରେଟ ପୁଲିସ ଓ କଟକ ରୋଟାରୀ କ୍ଲବର ମିଳିତ ଆନୁକୁଲ୍ୟରେ ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ବାହାଦୁଲାପାଟଣାସ୍ଥିତ ବହୁଗ୍ରାମ ଫାର୍ମାସୀ କଲେଜ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରୁ ମୋଟ ୪୧ ଯୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରକୁ ଜଗତପୁର ଥାନା ଅଧିକାରୀ ରବିନ୍ଦ୍ରନାଥ ମେହେର ଉଦଘାଟନ କରିଥିବାବେଳେ କଟକ ରୋଟାରୀ କ୍ଲବ ସଭାପତି ପାର୍ଥସାରଥି ଚାଟାର୍ଜୀ, ସମ୍ପାଦକ ଅକ୍ଷୟ କୁମାର ନାୟକ, ପୂର୍ବତନ ସଭାପତି ଧିରେନ୍ଦ୍ର କୁମାର ବିଶ୍ୱାଳ ଏବଂ ପାଗା ଫାଣ୍ଡି ଅଧିକାରୀ କୁଞ୍ଜ ବିହାରୀ ଧିର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଫାର୍ମାସୀ କଲେଜ ସମ୍ପାଦକ ବିଭୁ ପ୍ରସାଦ ବିଶ୍ୱାଳ ଓ ରୋଟାରୀଆନ ବିଶ୍ୱରଞ୍ଜନ ସାହୁ ସଂଯୋଜନା କରିଥିବାବେଳେ ଫାର୍ମାସୀ କଲେଜ ପକ୍ଷରୁ ରବିନ୍ଦ୍ରନାଥ ସ୍ୱାଇଁ ଓ ବିରୂପା ରୋଟ୍ରାକ୍ଟ କ୍ଲବ ସମ୍ପାଦକ ମନୋରଞ୍ଜନ ସାହୁଙ୍କ ସମେତ କଲେଜର ବହୁ ଛାତ୍ରଛାତ୍ରୀ, କର୍ମଚାରୀ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *