ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ

ଆରପାରିରେ ବିଶିିଷ୍ଟ ସମାଜସେବୀ ତଥା ରାଜନୈତିଜ୍ଞ ଜଗଦୀଶ କାନୁନଗୋ


ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶାଳଗାଁ ପଞ୍ଚାୟତର ବରିଷ୍ଠ ମୁରବୀ ଜଗଦୀଶ କାନୁନଗୋ ଆଉ ନାହାନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୨ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନୀତ ରୋଗରେ ପୀଡ଼ିତ ଥିଲେ । ତାଙ୍କର ପରଲୋକଗତ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ୱର୍ଗତ କାନୁନଗୋ ତତ୍‌କାଳନୀ କଂଗ୍ରେସର ଛାମୁଆ କର୍ମୀ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ଆସାମ ରାଜ୍ୟପାଳ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଓ ପୂର୍ବତନ ସାଂସଦ ଜୟନ୍ତୀ ପଟ୍ଟନାୟକଙ୍କ ପଟ୍ଟଶିଷ୍ୟ ଥିଲେ । ଅଞ୍ଚଳରେ ସେ ପ୍ରତ୍ୟେକ୍ଷ ରାଜନୀତିରେ ସକ୍ରୀୟ ଅଂଶ ଗ୍ରହଣ କରି ବହୁ ଉନ୍ନତିମୂଳକ କାର୍ଯ୍ୟ କରିପାରିଥିଲେ । ସେ ଜଣେ ପ୍ରବୀଣ ରାଜନୀତିଜ୍ଞ ଥିଲେ ତାହା ନୁହେଁ ସେ ଏକାଧାରରେ ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସାଲେପୁର, ଚୌଦ୍ୱାର-କଟକ, ଆଠଗଡ଼ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳୀରୁ ବହୁ ନେତା, ବୁଦ୍ଧିଜୀବୀ, ମୁରବୀ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ