‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା

‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା

‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଭୈରବ ନୋଡାଲ ୟୁପିଏସ କ୍ଲଷ୍ଟର ପକ୍ଷରୁ ‘ଆମ ସଂସ୍କୃତି ଆମ ଖେଳଣା’ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କୋଣାର୍କ ନିକଟ ଆର୍ତ୍ତତ୍ରାଣ କାର୍ତ୍ତିକେଶ୍ୱର ବିଦ୍ୟାପୀଠ ପରିସରରେ ସିଆରସିସି ରବୀନ୍ଦ୍ରନାଥ ବାହିନୀପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଦୁଇ ଦିନିଆଁ କର୍ମଶାଳାରେ କ୍ଲଷ୍ଟରର ୧୩ଟି ବିଦ୍ୟାଳୟରୁ ୩୦ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ପରମ୍ପରା ଓ ସଂସ୍କୃତି ଆଧାରିତ ତଥା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରସଂଗଭିତ୍ତିକ ୨୦ଟି ଖେଳଣା( ଶିକ୍ଷଣ ସାମଗ୍ରୀ) ପ୍ରସ୍ତୁତ କରିଥିଲେ । ସାଧନକର୍ମୀ ଶିକ୍ଷକ ମହେନ୍ଦ୍ର କୁମାର ଦାଶ, କଳ୍ପନା ମିଶ୍ର, ଲଲାଟ ଚନ୍ଦ୍ର ବେହେରା ଓ ସ୍ମୃତିରେଖା ବରାଳ କର୍ମଶାଳାରେ ଭାଗ ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପାଠ୍ୟକ୍ରମ ସଂପର୍କିତ ତଥା ପ୍ରତ୍ୟାଶିତ ଫଳାଫଳ ଆଧାରିତ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଦିଗରେ ମାର୍ଗଦର୍ଶନ ଦେଇଥିଲେ । ଏହି ଅବସରରେ ଗୋପ ବ୍ଲକ ଶିକ୍ଷାଧିକାରୀ ସୁଶୀଳ କୁମାର ବ୍ରହ୍ମା, ବିଆରସିସି ବେଣୁଧର ମଲ୍ଲିକ ଓ ଏବିଇଓ ଅଶୋକ କୁମାର ବେହେରା କର୍ମଶାଳା ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କର୍ମଶାଳା ଆୟୋଜନରେ ଶିକ୍ଷକ ରାମକୃଷ୍ଣ ମହାନ୍ତି, ମାନସ କୁମାର ମୁଦୁଲି, ଦିଲ୍ଲୀପ କୁମାର ନାୟକ, ଗଙ୍ଗାଧର ରାଉତ ଓ ଜିତେନ୍ଦ୍ର କୁମାର କାଣ୍ଡି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି