ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ସମ୍ବିଧାନ ପ୍ରଣେତାଙ୍କୁ ଶ୍ରଦ୍ଧାଞ୍ଜଳି

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଭାରତ ସମ୍ବିଧାନର ପ୍ରଣେତା, ଭାରତରତ୍ନ ଡକ୍ଟର ଭୀମ୍ ରାଓ ବାବା ସାହେବ୍ ଆମ୍ବେଦକରଙ୍କ ୬୬ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଆମ୍ବେଦକର ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପରିଷଦ ସଭାପତି ତଥା ସାମାଜିକକର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ କଟକ ବାଲିକୁଦା ଠାରୁ କର୍ମକର୍ତ୍ତାମାନେ ବାହାରି ହାଇକୋର୍ଟ ଛକସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ନୂଆପଡା ପ୍ରେସ କଲୋନୀ ସ୍ଥିତ ପରିଷଦ କର୍ଯ୍ୟାଳୟ ଓ ପରେ ବାଲିକୁଦା କାର୍ଯ୍ୟାଳୟରେ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ତୁଳସୀ ଦୁଇ ପତ୍ରରୁ ବାସେ ଭଳି ୧୮୯୧ମସିହା ଅପ୍ରେଲ ୧୪ତାରିଖରେ ମହାରାଷ୍ଟ୍ରର ଏକ ଅନୁସୂଚିତ ପରିବାରରେ ଜନ୍ମଗ୍ରହଣ କରି ବାବା ସାହେବ ଦେଶର ସୁନାମ ଅର୍ଜନ କରିଥିଲେ । ସେ ଜନ୍ମରୁ ଅଦ୍ୱିତୀୟ ପ୍ରତିଭା ଅଧିକାରୀ ଥିଲେ । ସେ ଜଣେ ଅନନ୍ୟ କୋଟିର ନେତା ଥିଲେ, ଯିଏ ନିଜ ଜୀବନ ସମଗ୍ର ଦେଶ କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ । ସେ ସମୟରେ ୮୦ପ୍ରତିଶତ ଦଳିତ ସମାଜ ଆର୍ଥିକ ଓ ସାମାଜିକ ଦୃଷ୍ଟି କୋଣରୁ ପଛୁଆ ଥିବାବେଳେ ସେମାନଙ୍କ ଉନ୍ନତି ପାଇଁ ବାବା ସାହେବ ଉଦ୍ୟମ କରିଥିଲେ ଯାହାର ସୁଫଳ ଆଜି ମିଳିଛି ବୋଲି ବକ୍ତାମନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଚୈତନ୍ୟ ସାମଲ, ଅମର ସାମଲ, ବାସୁଦେବ ସାମଲ, ବିଷ୍ଣୁ ମଲ୍ଲିକ, କାର୍ତ୍ତିକ ସେଠୀ, ଅନାମ ଭୋଇ, ବଳରାମ ସ୍ୱାଇଁ, ଅନୀମା ନାୟକ, ଖୁଲଣା ମାଝୀ, ଚୁମୁକୀ ସେଠୀଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । ପୁଲିସ୍ ପ୍ରଶାସନ ପକ୍ଷରୁ ସୁରକ୍ଷା ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବାରୁ କମିଶନରେଟ୍ ପୁଲିସ ପଦାଧିକାରୀଙ୍କୁ ପରିଷଦ ପକ୍ଷରୁ କୃତଜ୍ଞତା ଜଣାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ