ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ

ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ

ଆବାସ ଯୋଜନାର କାର୍ଯ୍ୟାଦେଶ ପାଇ ଅଧିକାରୀଙ୍କ କୃତଜ୍ଞତା ଜଣାଇଲେ ହିତାଧିକାରୀ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ସରକାରୀ ସହାୟତାରୁ ବଞ୍ôଚତ ହିତାଧିକାରୀଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଗୃହନୀତି, ଓଡ଼ିଶାର କାର୍ଯ୍ୟାଦେଶ । କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀ ସିଏମସି ବସ୍ତିଉନ୍ନୟନ ଅଧବକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିଏମସି ୫୬ନମ୍ବର ୱାର୍ଡ଼ ଉତ୍ତମାପୁର ତୋଟା ସାହିରେ ଗରିବ ଯୋଗ୍ୟ ହିତାଧିକାରୀ ଚୈତନ୍ୟ ସାମଲ ଦୀର୍ଘ ୪ବର୍ଷ ଧରି ଆବାସ ଯୋଜନାରେ ସହାୟତା ନେଇ ଘରଟିଏ ନିର୍ମାଣ କରିବା ପାଇଁ ସିଏମସି ଅଧିକାରୀଙ୍କ ନିକଟରେ ସମସ୍ତ ନଥିପତ୍ର ପ୍ରଦାନ ପୂର୍ବକ ଆବେଦନ କରିଥିଲେ । ମାତ୍ର କିଛି ଅସାଧୁ କର୍ମଚାରୀଙ୍କ ଚକ୍ରାନ୍ତ ଯୋଗୁଁ ଶ୍ରୀ ସାମଲ ସରକାରୀ ଯୋଜନାରୁ ବଞ୍ôଚତ ହୋଇଥିଲେ । କର୍ମଚାରୀମାନେ ଉିନ୍ନ ଉଦ୍ଦେଶ୍ୟ ରଖି ତାଙ୍କୁ ବାରମ୍ବାର ଦୌଡାଇବା ପରେ ମଧ୍ୟ କାର୍ଯ୍ୟାଦେଶ ଦେବାରେ ସମସ୍ୟା ସୃଷ୍ଟି କରାଉଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ଏହାର ତଦନ୍ତ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିଲା । ତେବେ ଶ୍ରୀ ସାମଲଙ୍କ ଭଳି ସହରରେ ବହୁ ଯୋଗ୍ୟ ହିତାଧିକାରୀ ଏଭଳି ସରକାରୀ ଯୋଜନାରୁ ବଞ୍ôଚତ ହେବା ପରେ ଆମ୍ବେଦକର ସ୍ମୃତି ପରିଷଦ ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀଙ୍କ ସହାୟତା ଲୋଡ଼ିଥିଲେ । ତେବେ ହିତାଧିକାରୀଙ୍କୁ ହଇରାଣ ହରକତ କରାଯାଉଥିବା ଜଣାପଡ଼ିବା ପରେ ଶ୍ରୀ ସେଠୀ ସିଏମସି ବସ୍ତିଉନ୍ନୟନ ଅଧିକାରୀଙ୍କ ନିକଟରେ ଏଭଳି ଦୁର୍ନୀତି ସମ୍ପର୍କରେ ଅବଗତ କରାଇଥିଲେ । ସିଏମସି ବସ୍ତି ଉନ୍ନୟନ ଅଧିକାରୀ ଶ୍ୱେତପଦ୍ମା ଡି. ଶତପଥୀ ଏହାର ତଦନ୍ତ କରି ସମସ୍ତ ବିଷୟରେ ଜାଣିବା ପରେ ହିତାଧିକାରୀଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି । ତେବେ କାର୍ଯ୍ୟାଦେଶ ପାଇବା ପରେ ଶ୍ରୀ ସାମଲ ବସ୍ତି ଉନ୍ନୟନ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ