ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି
କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଆଜି କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କର ଚିକିତ୍ସା ନିମନ୍ତେ କଟକ ବଡ଼ମେଡ଼ିକାଲରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି । ସେ ଦୀର୍ଘ ଦିନଧରି ଅସୁସ୍ଥ ଥିଲେ। ପଦ୍ମଶ୍ରୀ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ୨୨ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ । ସେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ସାହିତ୍ୟ ପ୍ରତି ତାଙ୍କର ଅହେତୁକ ଦୁର୍ବଳତା ଥିଲା । ସେ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ୨୭ରୁ ଉର୍ଦ୍ଧ୍ୱ କବିତା ପୁସ୍ତକ ରଚନା କରି ସାହିତ୍ୟ ଜଗତରେ ସୁନାମ ଅର୍ଜନ କରି ପାରିଛନ୍ତି । ତାଙ୍କର ଇଂଗ୍ରାଜୀ ସାହିତ୍ୟରେ କବିତା ପୁସ୍ତୁକ ‘ଇଣ୍ଡିଆନ ସମର’ ଓ ‘ହଙ୍ଗର’ ପୁସ୍ତକ ରଚନା କରି ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ସହ ୨୦୦୯ ମସିହାରେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ତେବେ କଟକ ସହରର ବିଭିନ୍ନ ମହଲରେ ତାଙ୍କର ଆଶୁଆରୋଗ୍ୟ କାମନା କରାଯାଇଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ