ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୨୧: ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଝଲସିବ ଚନ୍ଦ୍ରଭାଗା ବେଳାଭୂମି

ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୨୧: ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଝଲସିବ ଚନ୍ଦ୍ରଭାଗା ବେଳାଭୂମି

ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ-୨୦୨୧
ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଝଲସିବ ଚନ୍ଦ୍ରଭାଗା ବେଳାଭୂମି


କୋଣାର୍କ (ଏନ୍‌.ଏମ୍‌.): ଚନ୍ଦ୍ରଭାଗା ବେଳାଭୂମିରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆସନ୍ତା ଡିସେମ୍ବର ୧ ରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ-୨୦୨୧ ସମୟରେ ୧୧ତମ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଚନ୍ଦ୍ରଭାଗା ବେଳାଭୂମିରେ ପ୍ରଥମ ଥର ପାଇଁ ୨୦୧୧ ମସିହା ଡିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ଉତ୍ସବର ଲୋକପ୍ରିୟତାକୁ ଦେଖି ୨୦୧୧ ମସିହା ଡିସେମ୍ବର ୨୦ ତାରିଖରୁ ୨୦୧୨ମସିହା ଯାନୁୟାରୀ ୨୦ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଆଉଏକ ରାଜ୍ୟସ୍ତରୀୟ ବାଲୁକା କଳା ଉତ୍ସବ ଚନ୍ଦ୍ରଭାଗା ବେଳାଭୂମିରେ ଅନୁଷ୍ଠିତ ହୋଇଥିଲା । ଏହି ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀର ଲୋକ ପ୍ରିୟତା ବୃଦ୍ଧି ପାଉଥିବା ଦେଖି ଓଡ଼ିଶା ପର୍ଯ୍ୟଟନ ବିଭାଗ ଏଥିରେ ଉତ୍ସାହିତ ହୋଇ କୋଣାର୍କ ଉତ୍ସବ ସମୟରେ ୫ଦିନ ବ୍ୟାପି ବାଲୁକା କଳା ଉତ୍ସବ ଆୟୋଜନ କରିଆସୁଛି । ଚଳିତ ବର୍ଷ ଡ଼ିସେମ୍ବର ୧ରୁ ୫ ତାରିଖ ପର୍ଯ୍ୟନ୍ତ ୫ଦିନ ବ୍ୟାପି ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିରେ ୧୧ତମ ଆନ୍ତର୍ଜାତିକ ବାଲୁକାକଳା ଉତ୍ସବ ଆୟୋଜନ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ଯୋଗ ଦେବା ପାଇଁ ନଭେମ୍ବର ୩୦ତାରିଖରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀମାନେ କୋଣାର୍କରେ ପହଞ୍ଚିବେ । ବାଲୁକା ଶିଳ୍ପୀମାନେ ଡ଼ିସେମ୍ବର ୧ତାରିଖଠାରୁ ନିଜନିଜର ଷ୍ଟଲରେ ବାଲୁକା କଳାକୃତି ପରିସ୍ପୁଟ କରିବାର କାର୍ଯ୍ୟକ୍ରମ ରହିଛି । ୨୦୧୧ ରୁ ୨୦୧୯ ପର୍ଯ୍ୟନ୍ତ ବିଦେଶୀ ବାଲୁକା ଶିଳ୍ପୀମାନେ ଏହି ଉତ୍ସବରେ ଭାଗ ନେଇ ନିଜ ନିଜ ଷ୍ଟଲରେ ବାଲୁକା କଳା ପ୍ରଦର୍ଶନ କରିଆସୁଥିଲେ । କିନ୍ତୁ ମହାମାରି କୋରାନା ପାଇଁ ଗତ ବର୍ଷ ବିଦେଶୀ ବାଲୁକା ଶିଳ୍ପୀମାନେ ଯୋଗ ଦେଇପାରି ନଥିବା ବେଳେ ଚଳିତବର୍ଷ ମଧ୍ୟ ଯୋଗଦେଇ ପାରିବେ ନାହାନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଚନ୍ଦ୍ରଭାଗା ବେଳାଭୂମିରେ ଏଥି ନିମନ୍ତେ ଷ୍ଟଲ ନିର୍ମାଣ ଓ ବାଲି ସଂଗ୍ରହ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ କରାଯିବ ବୋଲି ଅନ୍ତର୍ଜାତୀୟ ବାଲୁୁକାକଳା ପ୍ରଦର୍ଶନୀର ବ୍ରାଣ୍ଡ ଆମ୍ବାସାଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହି ପ୍ରଦର୍ଶନୀ ସମୟରେ ଆମ ଦେଶର ବାଲୁକାଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଶିଳ୍ପୀଙ୍କୁ ଅର୍ଥ ରାଶି ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥାଏ । ଗତ ୨୦୧୫ ମସିହାରେ ପ୍ରଥମ ଥର ପାଇଁ ମହିଳା ବାଲୁକା ଶିଳ୍ପୀଙ୍କୁ ପ୍ରତିଯୋଗୀତାରେ ସାମିଲ କରାଯାଇଥିଲା । ବିଗତ ୧୦ ବର୍ଷ ଧରି ଆୟୋଜିତ ଆନ୍ତର୍ଜାତିକ ବାଲୁକା ଉତ୍ସବକୁ ଦଖିବା ପାଇଁ ପ୍ରତ୍ୟହ ଲକ୍ଷାଧିକ ପର୍ଯ୍ୟଟକ ବାଲୁକା କଳା ପ୍ରଦର୍ଶନୀକୁ ରାତି ୧୧ଟା ପର୍ଯ୍ୟନ୍ତ ମନଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଥାଏ । ଏହି ବାଲୁକାକଳା କୋଣାର୍କ ଉତ୍ସବର ମର୍ଯ୍ୟାଦାକୁ ବହୁଗୁଣିତ କରୁଛି ବୋଲି ପର୍ଯ୍ୟଟକ ଓ କଳାପ୍ରେମୀମାନେ କହିଛିନ୍ତି । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ ନିୟମାନୁଯାଇ ସମସ୍ତ କାର୍ଯ୍ୟ କରିଚାଳନା କରାଯିବ । ସମ୍ପ୍ରତି ପର୍ଯ୍ୟଟନ ଋତୁରେ ଚନ୍ଦ୍ରଭାଗା ବେଳାଭୂମିରେ ପର୍ଯ୍ୟଟକମାନଙ୍କ ଗହଳି ଆରମ୍ଭ ହୋଇଗଲାଣି । ପର୍ଯ୍ୟଠକଙ୍କ ଆଗମନକୁ ଦୃଷ୍ଟିରେ ରଖି ଚନ୍ଦ୍ରଭାଗାର ସ୍ୱର୍ଣ୍ଣିମ ବେଳାଭୂମିକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସଫେଇ କରାଯାଇ ସୁସ୍ଥ ପରିବେଶ ସୃଷ୍ଟି ଦିଗରେ ଅଧିକ ଧ୍ୟାନ ଦିଆଯିବ ବୋଲି ସ୍ଥାନୀୟ ସହ ପର୍ଯ୍ୟଟନ ଅଧିକାରୀ ଅମୀୟ ସେଠୀ ସୂଚନା ଦେଇଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ