ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !, ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା

ଆତ୍ମସମର୍ପଣ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ !
ଖୋଜି ଆଣିବାକୁ ପରିବାର ଲୋକଙ୍କ ଧାରଣା
ବଲାଙ୍ଗୀର (ଏନ୍‌.ଏମ୍‌.): ହତ୍ୟା ଅଭିଯୋଗରେ ଫେରାର ଥିବା ଜଣେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିବାର ଦିନକ ପରେ ହତ୍ୟା ଅଭିଯୁକ୍ତ ଥାନାରୁ ନିଖୋଜ ହୋଇଯିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ତେବେ ଥାନାରୁ ଅଭିଯୁକ୍ତ ଖସିଯାଇଛି ନା ତା’ ସହ ଆଉ କ’ଣ ଘଟିଛି, ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଅଭିଯୁକ୍ତର ପରିବାର ଲୋକେ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ତେବେ ଏ ନେଇ ପୁଲିସ୍ ମୁହଁ ଖୋଲିନଥିବା ଜଣାପଡ଼ିଛି । ଏମିତି ଏକ ଅଭିଯୋଗ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରେ ଆସିଥିବା ଜଣାପଡ଼ିଛି ।
ପ୍ରାପ୍ତ ସୂଚନା ଅନୁଯାୟୀ ୨୦୨୦ ମସିହା ନଭେମ୍ୱର ୫ ତାରିଖରୁ ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ନିଖୋଜ ହୋଇଯାଇଥିଲେ । ୧୭ ଦିନ ପରେ ଅର୍ଥାତ ନଭେମ୍ୱର ୨୨ ତାରିଖରେ ଜଙ୍ଗଲ ଭିତରୁ ଗଜାନନଙ୍କ ଶବ ମିଲିଥିବା । ଯାହା ଫଳରେ ଗଜାନନଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ । ସେମାନେ ଗଜାନନ ସହିତ ଯାଇଥିବା ଶିର ରଣାଙ୍କୁ ଏଥିପାଇଁ ଦାୟୀ କରିଥିଲେ । ପୁଲିସ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ଶିର ଶିରର କୌଣସି ପତା ମିଳିନଥିଲା । ତେବେ ଗତ ଜୁନ ୮ତାରିଖ ଦିନ ପରିବାର ଲୋକେ ଶିରକୁ ଆଣି ଦେଓଗାଁ ଥାନାରେ ଆତ୍ମସମର୍ପଣ କରାଇଥିଲେ । କିନ୍ତୁ ପରଦିନ ସକାଳେ ଅର୍ଥାତ ୯ତାରିଖ ଦିନ ସେ ଥାନାରୁ ନିଖୋଜ ଥିବା ଜଣାପଡ଼ିଥିଲା । ତେବେ ଶିର ଥାନାରୁ ଫେରାର ହୋଇଯାଇଛି ନା ତା ସହିତ ଅନ୍ୟକିଛି ଘଟଣା ଘଟିଛି ତାହା ସନ୍ଦେହ ଘେରରେ ରହିଛି । ଅନ୍ୟପକ୍ଷରେ ଶିରକୁ ଖୋଜି ଆଣିବା ଦାବିରେ ପରିବାର ଲୋକେ ଦେଓଗାଁ ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି । ଏପରି ଏକ ଚାଞ୍ଚଲ୍ୟକର ଘଟଣାକୁ ନେଇ ଦେଓଗାଁ ପୁଲିସ ମୁଁହ ନଖୋଲିବା ସନ୍ଦେହକୁ ଅଧିକ ଘନୀଭୂତ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ