ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ

ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ

ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ଥାନା ଅଞ୍ଚଳରେ ଗୁଳିମାଡ଼ । ଜେନାପଦା ଦେଶ ମଝି ସାହିରେ ଗୁଳିମାଡ । ଗୁଳିମାଡ଼ର କାରଣ ଅସ୍ପଷ୍ଟ । ଗୁଳିମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଦୀନବନ୍ଧୁ ନାୟକ ଥିବା ବୋଲି ଜଣାପଡ଼ିଛି । ତେବେ ବଂଶୀଧର ନାୟକଙ୍କ ଜଂଘ ଓ ପେଟରେ, ଜିତେନ୍ଦ୍ର ନାୟକଙ୍କ ପିଠିରେ ଦିନବନ୍ଧୁ ନାୟକ ବାମ ହାତ ଓ ପେଟର ଦୁଇ ଜାଗାରେ ଗୁଳି ବାଜିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏମାନେ ଗାଁ ରେ ବସିଥିଲା ବେଳେ ସଦାନନ୍ଦ ଦାସ ଆସି ଅତର୍କୀତ ଭାବେ ଗୁଳି ଚାଳନା କରିଥିଲେ । ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟିଙ୍ଗକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ