ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଆଠଗଡ଼ ନିର୍ବାଚନମଣ୍ଡଳୀ ବିଜେଡ଼ିର ବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ


ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ ୬ଟି ଗାମ ପଞ୍ଚାୟତ ପାଇଁ ବିଜେଡି ପକ୍ଷରୁ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ମଙ୍ଗରାଜପୁର ଠାରେ ବିଜେଡି କଟକ ଜିଲ୍ଲା ଉପସଭାପତି ନୃସିଂହ ମହାପାତ୍ରଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖାଉଟି କଲ୍ୟାଣ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦ୍‌ବୋଧନ ଦେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଜନସାଧାଣଙ୍କ ପାଖରେ ପହଞ୍ଚାଇବା ଏବଂ ଦଳର ସମସ୍ତ କର୍ମୀ ଓ ଜନସାଧାରଣଙ୍କୁ ସଂଗଠିତ କରିବା ଏହି ବୈଠକର ମୁଖ୍ୟ ଲକ୍ଷ୍ୟ ବୋଲି ସୂଚନା ଦେଇଥିଲେ । କଟକ ଲୋକସଭା ସାଂସଦ ଭତ୍ତୃହରି ମହତାବ ଏଥିରେ ଅତିଥି ଭାବେ ଯୋଗଦେଇ ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଜାରି ରଖିଥିବା ପ୍ରୟାସକୁ ସମସ୍ତେ ଏକଜୁଟ ହୋଇ ସହଯୋଗ କରିବା ପାଇଁ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡ଼ି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୀତା ବେହେରା, ଟାଙ୍ଗୀ ବ୍ଲକ୍ ଅଧ୍ୟକ୍ଷା ଜୟଶ୍ରୀ ପ୍ରଧାନ, ପର୍ଯ୍ୟବେକ୍ଷକ ଲଲାଟେନ୍ଦୁ ସେନାପତି,ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ମଧସ୍ମିତା ସେଠୀ ସମେତ ନିର୍ବାଚନ ମଣ୍ଡଳୀର ବହୁ ନେତା, ଯୁବନେତା, ଛାତ୍ରନେତା, ମହିଳା ନେତ୍ରୀ,ସରପଞ୍ଚ, ସମିତି ସଭ୍ୟ,ୱାର୍ଡ଼ ମେମ୍ବର ଓ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଏହି ଅବସରରେ ତିଗିରିଆ ଡି.ଏମ. ମ୍ୟୁଜିକ ତରଫରୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଦ୍ୱାରା ରଚିତ ଦଳୀୟ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ କରୋନାରେ ୬ଟି ପଞ୍ଚାୟତର ୭ଜଣ ବିଜେଡି କର୍ମୀଙ୍କ ବିୟୋଗ ହେତୁ ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ