ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

ଆଠଗଡ଼ ବିଜେଡିରେ ସାମିଲ ହେଲେ ଅଭୟ ବାରିକଙ୍କ ଶତାଧିକ ସମର୍ଥକ

News by Maheswar Behera (Athagarh)


#ଆଠଗଡ଼(ଏନ୍‌.ଏମ୍‌.):
ଆଠଗଡ଼ ନିର୍ବାଚନ ମଣ୍ଡଳୀର ଅଭୟ ବାରିକଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ତାଙ୍କୁ ସମର୍ଥନ କରୁଥିବା ତିଗିରିଆ ବ୍ଲକର ଶତାଧିକ ଜନସାଧାରଣ ଏବେ ତାଙ୍କ ସଂଗଠନରୁ ଓହରି ଯାଇଛନ୍ତି । ଦୀର୍ଘ ଦିନ ଧରି ତାଙ୍କ ସହ କାମ କରିବା ପରେ ଶ୍ରୀ ବାରିକ ତାଙ୍କୁ ପ୍ରତାରିତ କରିଥିବାରୁ ସେମାନେ ବାଧ୍ୟ ହୋଇ ସ୍ଥାନୀୟ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ରାଜ୍ୟ କୃଷି ମତ୍ସ୍ୟ ପଶୁସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସହ ହାତ ମିଳାଇଛନ୍ତି । ସ୍ଥାନୀୟ ବିଧାୟକ ଭାବେ ଶ୍ରୀ ସ୍ୱାଇଁ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି କରିବା ସହ ସର୍ବଦା ଅଞ୍ଚଳବାସୀଙ୍କ ସୁଖ ଦୁଃଖରେ ସାମିଲ ଅଛନ୍ତି । ତେଣୁ ତାଙ୍କ ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ରଣେନ୍ଦ୍ରଙ୍କ ଶିବିରରେ ଅଭୟଙ୍କ ସମର୍ଥକ ମାନେ ବିଜେଡିରେ ସାମିଲ ହୋଇଛନ୍ତି । ବିନ୍ଧାଣୀମା ପଞ୍ଚାୟତର ଯୁବ ସଂଗଠକ ମିଟୁ ରାଉତଙ୍କ ସଂଯୋଜନାରେ ନିଜିଗଡ଼ ପଞ୍ଚାୟତ ଗୋପୀନାଥପୁର ଶାସନ ନିକଟରେ ଥିବା ବସୁଦେବ ଶାନ୍ତି ଆଶ୍ରମ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅଭୟଙ୍କ ସମର୍ଥକମାନେ ରଣେନ୍ଦ୍ରଙ୍କ ଶିବିରରେ ମିଶ୍ରଣ ହୋଇଥିଲେ । ଦିନ ଥିଲା ଅଭୟଙ୍କୁ ସମର୍ଥନ କରି ତିଗିରିଆ ଅଞ୍ଚଳରେ ଏହି କର୍ମୀମାନେ ରଣେନ୍ଦ୍ରଙ୍କ ବିରୋଧରେ ସଂଗଠନକୁ ସୁଦୃଢ କରୁଥିଲେ ; କିନ୍ତୁ ଏବେ ସେମାନଙ୍କୁ ଅଭୟ ଅଣଦେଖା କରିବା ସହ ତାଙ୍କୁ ମୋହରା କରି ବିଭିନ୍ନ ପଞ୍ଚାୟତରେ ଲୋନ କରାଇଦେବା କହି ମହିଳା ସଂଘ ଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିବା ସହ ଅଭୟଙ୍କ ଏଭଳି କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନେ ରଣେନ୍ଦ୍ରଙ୍କ ଶିବିରରେ ଯୋଗଦାନ କରଥିବା କହିଛନ୍ତି । ଏହି ମିଶ୍ରଣ ପର୍ବରେ ଅଭୟଙ୍କ ଗୋଷ୍ଠୀର ଅଭିରାମ ସାହୁ, ବାବୁଲି ରାଉତ, ବିକ୍ରମ ଭଟ୍ଟ, ପୂର୍ଣ୍ଣଚନ୍ଦ୍ର ମହାରଣା, ମହେଶ୍ୱର ପୁରେର, ଦିଲୀପ ଜେନା, ରଞ୍ଜିତ ମଲ୍ଲ, ସନ୍ତୋଷ ମହାନ୍ତି, ହାଡ଼ିବନ୍ଧୁ ସ୍ୱାଇଁ, କାର୍ତ୍ତିକ ନାୟକ ପ୍ରମୁଖଙ୍କ ସହ ଶତାଧିକ ଅସନ୍ତୁଷ୍ଟ କର୍ମୀ ରଣେନ୍ଦ୍ରଙ୍କ ଶିବିରରେ ସାମିଲ ହୋଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ