ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଆଠଗଡ଼ ନିର୍ବାଚନ ମଣ୍ଡଳୀର ହିତାଧିକାରୀଙ୍କୁ ସରକାରୀ ସହାୟତା ଓ କାର୍ଯ୍ୟାଦେଶ ବଣ୍ଟନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

News by Smruti Ranjan Tripathy (Choudwar)

#ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଉନ୍ନତି ନିମନ୍ତେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବହୁ କାର୍ଯ୍ୟ କରି ଆସୁଛନ୍ତି । ଦଳ, ବଳ, ଗୋଷ୍ଠୀ ନିର୍ବିଶେଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ ସେ ସର୍ବଦା ଅଣ୍ଟାଭିଡ଼ିଛନ୍ତି । ନିର୍ବାଚନ ମଣ୍ଡଳୀରେ ବହୁ କୁଜିନେତାଙ୍କ ବିରୋଧ ସତ୍ତ୍ୱେ ଦିନକୁ ଦିନ ତାଙ୍କ ଲୋକ ପ୍ରିୟତା ବେଶ ବଢ଼ିଥିବା ଦେଖିବାକୁ ମିଳିଛି । ତେବେ ଜନସାଧାରଣଙ୍କ ନିକଟରେ ସମସ୍ତ ସରକାରୀ ଯୋଜନା କିଭଳି ସ୍ୱଚ୍ଛତାର ସହ ପହଞ୍ଚି ପାରିବ ସେ ନେଇ ସେ ଉଦ୍ୟମ ଜାରି ରଖିଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଯୋଗଦେଇ ବହୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବିତରଣ କରିବା ସହ ବହୁ ଗୋଷ୍ଠୀକୁ ସରକାରୀ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।
ସ୍ଥାନୀୟ ଶଙ୍କରପୁର ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟାଙ୍ଗୀ-ଚୌଦ୍ୱାର ବ୍ଲକର ୬ଟି ପଞ୍ଚାୟତର ୨୨୨ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବିତରଣ କରିଥିଲେ । ଏହି ପଞ୍ଚାୟତ ସମିତି ଅଧିନରେ ଆସୁଥିବା ଆଠଗଡ଼ ନିର୍ବାଚନ ମଣ୍ଡଳୀର କଖଡି ପଞ୍ଚାତର ୩୫ଜଣଙ୍କୁ, ଶଙ୍କରପୁର ପଞ୍ଚାୟତର ୪୬ଜଣଙ୍କୁ, ବଡ଼ସାମନ୍ତରାପୁର ପଞ୍ଚାୟତର ୪୧ଜଣଙ୍କୁ, ବ୍ରହ୍ମପୁର ପଞ୍ଚାତୟର ୨୦ଜଣଙ୍କୁ, ମହିଷାଲଣ୍ଡା ପଞ୍ଚାୟତର ୨୬ଜଣଙ୍କୁ ଓ ମଙ୍ଗରାଜପୁରର ୫୪ଜଣଙ୍କୁ ଆବାସ ଯୋଜନାର କାର୍ଯ୍ୟାଦେଶ ବିତରଣ କରିଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ କଖଡି ଏସଏଚଏସହ ଜିପିଏଲଏଫକୁ ୧୦ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ତଥା ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ବର୍ତ୍ତମାନ ଓଡ଼ିଶାରେ ଏକ ସୁନ୍ଦର ଯୁଗ ଚାଲିଛି ବୋଲି ମତପ୍ରକାଶ କରିଥିଲେ । ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଶାସନ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସାରା ଭାରତ ବର୍ଷରେ ଅନନ୍ୟ । ଯେଉଁଥି ପାଇଁ ଆଜି ଓଡ଼ିଶାର ଆର୍ଥିକ ମାନଦଣ୍ଡ ଧିରେ ଧିରେ ଉନ୍ନତି ହେଉଥିବା ମନ୍ତ୍ରୀ କହିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ଓଡ଼ିଶା ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାରୀ କରିଥିବା ସେ କହିଥିଲେ । ମନ୍ତ୍ରୀଙ୍କ ପ୍ରତିନିଧି ଶେଖ ଶାହଜନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ବିଡିଓ ଆଶୁତୋଷ ମିଶ୍ର, ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ସରୋଜିନୀ ମହାନ୍ତି, ୧୦ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱଜିତ ପ୍ରଧାନ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ମଧୁସ୍ମିତା ସେଠୀ, ପୂର୍ବତନ ସରପଞ୍ଚ ରଞ୍ଜିତା ରାଉତ, କଖଡି ସରପଞ୍ଚ କଳ୍ପନା ଛତାର, ସମିତି ସଭ୍ୟ ପ୍ରଦୀପ କୁମାର ମହାନ୍ତି, ଶଙ୍କରପୁର ସରପଞ୍ଚ ପ୍ରମୋଦିନୀ ଖଟୁଆ, ସମିତି ସଦସ୍ୟ ସୁକାନ୍ତ ରାଉତ, ମଙ୍ଗଳପୁର ସରପଞ୍ଚ ଦେବେନ୍ଦ୍ରନାଥ ପାଣ୍ଡବ, ସମିତି ସଭ୍ୟ ମମତା ସାମଡ, ମହିଷାଲଣ୍ଡା ସରପଞ୍ଚ କଲ୍ୟାଣୀ ରାଉତ, ସମିତିସଭ୍ୟ ଦେବୀପ୍ରସାଦ ସ୍ୱାଇଁ, ବଡସାମନ୍ତପୁର ସରପଞ୍ଚ ବିଶ୍ୱଜିତ ମାଝୀଙ୍କ ସମେତ ୬ଟି ପଞ୍ଚାତର ପିଇଓ ଯୋଗ ଦେଇଥିଲେ ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ