ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଅଘଟଣା: ପରୀକ୍ଷା ଚାଲିଥିବାବେଳେ ଛାତ୍ରଙ୍କ ଉପରେ ଖସିପଡ଼ିଲା ଫ୍ୟାନ୍‌

News by Maheswar Behera (Athagarh)

#ଆଠଗଡ଼(ଏନ.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ସ୍ଥିତ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ଏକ ଅଘଟଣ ଘଟିଯାଇଛି । ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ କଲେଜ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ହିନତା ଯୋଗୁଁ ଛାତ୍ରଛାତ୍ରୀ ଦୁର୍ଘଟଣାଗ୍ରସ୍ତ ହେଉଥିବା ଅଭିଯୋଗ ଆଣିଛନ୍ତି । ଯେଉଁଠିକୁ ପିଲାଟିର ଭବିଷ୍ୟତ ଗଢ଼ିବା ପାଇଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ପଠାଉଛନ୍ତି ସେଠାରେ ଭବିଷ୍ୟତ ଉଜ୍ଜ୍ୱଳ ହେବା ପରିବର୍ତ୍ତେ ଅନ୍ଧକାର ହେବାକୁ ବସିଥିବା ଦୁର୍ଭାଗ୍ୟଜନକ ବୋଲି ଅଭିଭାବକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ୨ଛାତ୍ରଙ୍କ ଉପରେ ସିଲିଂ ଫ୍ୟାନ ଖସିପଡ଼ିବା ଭଳି ଅଘଟଣ ଘଟିଛି । ତେବେ ଫ୍ୟାନ ଖସିପଡ଼ିବା ଫଳରେ ଉଭୟ ଛାତ୍ର ଫ୍ୟାନତଳେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ରଦ୍ୱୟ ସମିର ସେଠୀ ଓ ତାପସ ଜେନା ବୋଲି ଜଣାପଡ଼ିଛି ଉଭୟେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଛନ୍ତି । ଜଣେ ଛାତ୍ରଙ୍କର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର କାନ୍ଧରେ ଆଘାତ ଲାଗିଛି । ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଫ୍ୟାନ୍ଟି ୨ଜଣ ଛାତ୍ରଙ୍କ ଉପରେ ଖସି ପଡ଼ିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ଏହି ଦୁର୍ଘଟଣାରେ ଅନ୍ୟ ଛାତ୍ରଙ୍କର କିଛି ହୋଇନାହିଁ । କିପରି ଫ୍ୟାନ୍ଟି ଛାତ୍ରଙ୍କ ଉପରେ ପଡ଼ିଲା, ଫ୍ୟାନଟି ପୂର୍ବରୁ ଖରାପ ଥିଲା କି ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏ ନେଇ କଲେଜ ଅଧକ୍ଷ ଲୋକନାଥ ସାହୁ କହିଛନ୍ତି ଯେ, ଫ୍ୟାନଟି ଠିକ୍ ଥିଲା, କିପରି ଖସିଯାଇଥିବ କହିପାରିବିନି । କଲେଲଜର ସମସ୍ତ ଫ୍ୟାନକୁ ଖୁବ ଶୀଘ୍ର ମରାମତି କରାଯିବ । ଯେଉଁ ଫ୍ୟାନ ଗୁଡ଼ିକ ଖରାପ ହୋଇଯାଇଥିବ ତାକୁ କଢ଼ାଯାଇ ନୂଆ ଫ୍ୟାନ ଲଗାଯିବ ବୋଲି ସେ ସଫେଇ ଦେଇଛନ୍ତି । ତେବେ ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି