ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

ଆଜି ରାତି ୩ଟାରୁ ଦେଖିବାକୁ ମିଳିବ ମହା ଜାଗତିକ ଦୃଶ୍ୟ: ଉତ୍ତର ଆକାଶରେ ଧୂମକେତୁ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‍.ଏମ୍‍.): ଆଜି ରାତି ୩ଟାରୁ ଉତ୍ତର ଆକାଶରେ ଧୂମକେତୁ ଦୃଶ୍ୟମାନ ହେବ । ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକମାନେ ଏହି ଧୂମକେତୁକୁ ଖାଲି ଆଖିରେ ଝାପ୍ସା ଭାବେ ଦେଖିପାରିବେ । ମାତ୍ର ସହରାଞ୍ଚର ଲୋକମାନେ ଦେଖିପାରିବେ ନାହିଁ । କାରଣ ସହରାଞ୍ଚଳରେ ଆଲୋକ ପ୍ରଦୂଷିତ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ୨୦୨୨ ମସିହା ମାର୍ଚ୍ଚ ୭ ତାରିଖରେ ସି-୨୦୨୨-ଇ ୩ ନାମକ ଧୂମକେତୁ ଆବିଷ୍କୃତ ହୋଇଥିଲା । ବୈଜ୍ଞାନିକ ପଦ୍ଧତ୍ତି ଅନୁସାରେ ଏହାର ନାମ କରଣ କରାଯାଇଥିଲା । ଏହି ଧୂମକେତୁଟି ଆଜି ପୃଥିବୀର ନିକଟତର ହେବ । ଅର୍ଥାତ ୪.୨ କୋଟି କିଲୋମିଟର ଦୂରରେ ସି-୨୦୨୨-ଇ ୩ ଧୁମକେତୁ ରହିବ । ତେଣୁ ଧୂମକେତୁଟି ଖାଲି ଆଖିରେ ଝାପ୍ସା ଆଲୋକ ଭାବେ ଦେଖାଯିବ । ଆଜି ଭୋର ୩ରୁ ୪ଟା ଭିତରେ ଉତ୍ତର ଆକାଶରେ ଦେଖାଦେବ । ଧ୍ରୁବ ତାରା ଓ ସପ୍ତର୍ଶୀ ମଣ୍ଡଳର କର୍ତ୍ତୁ ଓ ପୁଲଃ ତାରାକୁ ସିଧା କରିଦେଲେ, ତାହାର ମଝିରେ ଏହି ଧୂମକେତୁ ଦୃଶ୍ୟମାନ ହେବ । ଯେଉଁମାନେ ଗାଁ ଗହଳରେ ରହୁଛନ୍ତି ବା ଯେଉଁଠି ଆଲୋକ ପ୍ରଦୂଷଣ ନାହିଁ ଓ ଆକାଶର ତାରା ଗୋଡ଼ିକ ଦେଖାଯାଉଥିବ ସେହି ଅଞ୍ଚଳରେ ଝାପ୍ସା ଭାବେ ଧୂମକେତୁ ଦେଖାଯିବ । ପ୍ଲାନେଟୋରିୟମ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତିବର୍ଷ ୨୦ରୁ ୨୫ଟି ଧୂମକେତୁ ପୃଥିବୀର ନିକଟତର ହୋଇଥାଆନ୍ତି । ସେମାନେ ଯେତେବେଳେ ସୂର୍ଯ୍ୟ ନିକଟର ହୁଅନ୍ତି, ସେତେବେଳେ ତାଙ୍କର ଗୋଟିଏ ବଡ଼ ଲାଞ୍ଜ ସୃଷ୍ଟି ହୋଇଥାଏ । ଆଉ ଧୂମକେତୁ ଗୁଡ଼ିକ ଆକାର ଛୋଟ ହୋଇଥିବାରୁ ସବୁବେଳେ ଖାଲି ଆକାଶରେ ଦେଖାଦିଅନ୍ତି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି, ୨୦୦୫ ମସିହାରେ ହାଲ୍ୱପ୍ ନାମକ ଗୋଟିଏ ଧୂମକେତୁକୁ ଖାଲି ଆଖିରେ ଦେଖାଦେଇଥିଲା । ସେହିପରି ୨୦୨୦ ମସିହାରେ ନ୍ୟୁଆଇଜ୍ ନାମକ ଏକ ଧୂମକେତୁ ଦେଖାଦେଇଥିଲା । ଏବେ ଦେଖାଦେଉଥିବା ଧୂମକେତୁ ସୂର୍ଯ୍ୟ ଚାରି ପାଖରେ ଥରେ ବୁଲିବାକୁ ୫୦ ହଜାର ବର୍ଷ ନେବ । ତା’ର ଅର୍ଥ ଏହି ଧୂମକେତୁ ୫୦ ହଜାର ବର୍ଷରେ ଥରେ ଦେଖାଦେଇଥାଏ ବୋଲି ସେ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ