ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର

ଆଗ୍ରାହାଟ ଗ୍ରାମରେ ସମସ୍ୟା ନେଇ କୁହୁଳୁଛି ଅସନ୍ତୋଷ: ପୂର୍ବତନ ବିଧାୟକଙ୍କୁ ସ୍ମାରକପତ୍ର


# ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ସରକାର ରାଜ୍ୟରେ ସମସ୍ତ ଜନସାଧାରଣଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ପାଇଁ ସଂଖ୍ୟାଧିକ ଯୋଜନା ପ୍ରଚଳନ କରିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଯୋଗୁଁ ତାହା ଦିଗହରା ହୋଇ ପଡ଼ୁଛି । ଏପରିକି ଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଏହା କୌଣସି ଉପାନ୍ତ ଅଞ୍ଚଳ ନୁହେଁ କଟକ ଜିଲ୍ଲା ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଲୋକପ୍ରତିନିଧିମାନେ ସ୍ଥାଣୁ ପାଲଟି ଯାଇଛନ୍ତି । ଗୋଟିଏ ପଟେ ଏହି ଅଞ୍ଚଳର ଲୋକ ପ୍ରତିନିଧିମାନେ ପ୍ରଗତିର ଡିଣ୍ଡିମ ପିଟୁଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ଓଲଟା ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିଛି । କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଆଗ୍ରାହାଟ ପଞ୍ଚାୟତର ଆଗ୍ରାହାଟ ଗ୍ରାମରେ ଦୀର୍ଘ ବର୍ଷ ଧରି ବିଭିନ୍ନ ସମସ୍ୟା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ତେବେ ଏହି ସମସ୍ୟାକୁ ନେଇ ଗ୍ରାମର ନିସ୍ୱାର୍ଥ ସେବା ସଂଗଠନର କର୍ମକର୍ତ୍ତାମାନେ ଆଜି କଟକ-ଚୌଦ୍ୱାର ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଗ୍ରାମରେ ପାନୀୟ ଜଳ ସମସ୍ୟା, ଗ୍ରାମ ଆଲୋକୀକରଣ ଓ ବର୍ଷାଜଳ ନିଷ୍କାସନ ଆଦି ସମସ୍ୟା ଦୀର୍ଘ ଦିନଧରି ଲାଗି ରହିଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ହୋଇପାରୁ ନାହିଁ । ଯାହାଦ୍ୱାରା ଗ୍ରାମବାସୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ସଂଗଠନର କର୍ମକର୍ତ୍ତା ସମାଜସେବୀ ସହଦେବ ବରାଳ, ଜନ୍ମେଜୟ ନାୟକ, ଶ୍ରାବଣୀ ବରାଳ, ବିରେନ୍ଦ୍ର ତରାଇ, ସମୀର ବରାଳ, ରୋଜି ପ୍ରଧ।।ନ, ଶୁଭଶ୍ରୀ ପ୍ରୀୟଦର୍ଶିନୀ ବରାଳ, ପ୍ରଭୁପ୍ରସାଦ ନାୟକ, ରଶ୍ମୀରଞ୍ଜନ ବେହେରା ପ୍ରମୁଖ ପୁର୍ବତନ ବିଧାୟକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଖୁବଶିଘ୍ର ସମାସ୍ୟ ସମାଧାନ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପୁର୍ବତନ ବିଧାୟକ ବିଶ୍ୱାଳ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଶ୍ରୀ ବିଶ୍ୱାଳ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବାବେଳେ ଏବେ ତାଙ୍କ ପୁଅ ସୌଭିକ ବିଶ୍ୱାଳ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେଣୁ ପିତାଙ୍କ ଅମଳରୁ ଲାଗି ରହିଥିବା ଏହି ସମସ୍ୟାକୁ ପୁଅ ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ