ଆଗାମୀ ନିର୍ବାଚନକୁ ନେଇ ରଣନୀତି ପ୍ରସ୍ତୁତି: ଚୌଦ୍ୱାର-କଟକ ବିଜେଡିର କାର୍ଯ୍ୟକାରିଣୀ ବୈଠକ
#କଟକ(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯୋବ୍ରାସ୍ଥିତ ମ୍ୟାରିଟାଇମ ମ୍ୟୁଜିୟମ ଠାରେ ଚୌଦ୍ୱାର- କଟକ ପୂର୍ବତନ ବିଧାୟକ ଡଃ ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ମଣ୍ଡଳୀର ୨୧୧ ଗୋଟି ବୁଥ୍ କମିଟିର ସଭାପତି, ସମ୍ପାଦକମାନଙ୍କ ଦ୍ୱାରା ଏକ ବୁଥ୍ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଘରକୁ ଘର ବୁଲି ହାଉସ ଟ୍ୟାଗିଙ୍ଗ୍ ମାଧ୍ୟମରେ ସମସ୍ତଙ୍କ ସହ ସୁସମ୍ପର୍କ ରଖିବା ସହ ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶ, ଲୋକପ୍ରିୟତା ଓ ଜନକଲ୍ୟାଣ ଯୋଜନାମାନ ଜନସାଧାରଣଙ୍କୁ ଅବଗତ କରାଇବେ । ଆସନ୍ତା ଅଗଷ୍ଟ ୨୭ ତାରିଖ ମାସ ଶେଷ ରବିବାର ଦିନ ଅପରାହ୍ନ ୪ଘଟିକା ଠାରୁ ୬ ଘଟିକା ଦୁଇଘଣ୍ଟା ସମୟରେ ପ୍ରତି ବୁଥର ୭୦ ଭାଗରୁ ଉର୍ଦ୍ଧ୍ୱ ପରିବାର ମନ୍ଦିର କିମ୍ବା କମ୍ୟୁନିଟି ସେଣ୍ଟରରେ ଯୋଗଦେଇ ସଭାମାଧ୍ୟମରେ ଆଲୋଚନା କରି ଚୌଦ୍ୱାର-କଟକର ବିଜେଡି ମୁଖ୍ୟକାର୍ଯ୍ୟାଳୟକୁ ଫଟୋ ଓ ଭିଡିଓ ମାଧ୍ୟମରେ ଜଣାଇବାକୁ ଉପସ୍ଥିତ ବୁଥ୍ କମିଟିର ସଭାପତି/ସମ୍ପାଦକମାନଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଇସ୍ପାତ, ଖଣି ଏବଂ ପୂର୍ତ୍ତ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲିକ୍ ମହୋଦୟ ଯୋଗ ଦେବାସହ ଓଡିଶାର ପ୍ରଥମ ହାଉସ ଟ୍ୟାଗିଙ୍ଗ୍ କରାଯାଇଥିବାରୁ ଉପସ୍ଥିତ ବୁଥ୍ କମିଟିର ସଭାପତି ଓ ସମ୍ପାଦକଙ୍କୁ ଧନ୍ୟବାଦ ଦେବା ସହ ଏହା କେବଳ ଜଣେ ଦୃଢ ସଂଗଠକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପକ୍ଷେ ସମ୍ଭବ ବୋଲି କହିଥିଲୋ । ଏହାପରେ ସେଠାରୁ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଆସି ଚାଉଳିଆଗଞ୍ଜସ୍ଥିତ ଖେଳପଡିଆରେ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ପକ୍ଷରୁ ଆୟୋଜିତ ‘କାର୍ଯ୍ୟକାରିଣୀ ବୈଠକ-୨୦୨୩’ ଯୋଗ ଦେଇଥିଲେ । ବିଜେଡିର ରଣକୈଶଳ ବିଷୟରେ ଆଲୋଚନା କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଜନହିତକାରୀ ଯୋଜନାମାନ ଯଥା ଜନ୍ମ ଠାରୁ ମୃତ୍ୟୁ ପଯ୍ୟନ୍ତ ବିଭିନ୍ନ ଯୋଜନା, ଦୁୁର୍ନୀତି ବିରୋଧରେ ଦୃଢ ଆଭିମୁଖ୍ୟ, ମହିଳା ସଶକ୍ତିରଣ ଅଭିଯାନ, ଶିକ୍ଷା,ସ୍ୱାସ୍ଥ୍ୟ ଓ କ୍ରୀଡା କ୍ଷେତ୍ର ଓ ସୋସିଆଲ ଗଣମାଧ୍ୟମରେ କିପରି ଯୋଜନାମାନ ସାଧାରଣ ଜନତାଙ୍କ ପାଖରେ ପହଁଚିବ ସେ ବିଷୟରେ ଉପସ୍ଥିତ ଅତିଥିମାନ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ, ସିଏମସି ମେୟର ସୁବାଷ ଚନ୍ଦ୍ର ସିଂହ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅର୍ଜୁନ ପଣ୍ଡା, ଚୌଦ୍ୱାର-କଟକ ମହିଳା ପର୍ଯ୍ୟବେକ୍ଷକ ସାଇଶ୍ରୀ ପଟ୍ଟନାୟକ, ରାଜ୍ୟପରିଷଦ ସଦସ୍ୟ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଚୌଦ୍ୱାର ପୌରପାଳିକା ଅଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଜିଲ୍ଲା କମିଟିର ପ୍ରେମଚାନ୍ଦ ନାୟକ, ଶିବେନ୍ଦ୍ର ହାତି, ବିଜୟ ସାହୁ, ପ୍ରଶାନ୍ତ ନାୟକ, ପ୍ରକାଶ ଦାସ, ରଂଜନ ବିଶ୍ୱାଳ, ତ୍ରିଲୋଚନ ପଣ୍ଡା, ଦେବେନ୍ଦ୍ର କାହାଳୀ, ନିମାଇଁ ବିଶ୍ୱାଳ, ପୂର୍ବତନ ମେୟର ମିନାକ୍ଷୀ ବେହେରା, ସୌମେନ୍ଦ୍ର ଘୋଷ, ବରିଷ୍ଠ ନେତା ଚିରଞ୍ଜୟ ସାହୁ, ଚୌଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡା, ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଉପାଧ୍ୟକ୍ଷା ସୁପ୍ରୀୟା ଜେଠୀ, ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋତ୍ସାରାଣୀ ସୁବୁଦ୍ଧିରାୟ, ରାଜ୍ୟ ସମ୍ପାଦକ ଶିଶିର ପରିଜା, ଛାତ୍ର ରାଜ୍ୟ ଉପସଭାପତି ଭବାନୀ ଶଙ୍କର ଦାସଙ୍କ ସମେତ ରାଜ୍ୟ, ଜିଲ୍ଲା ଓ ନଗର କମିଟିର ସମସ୍ତ କର୍ମକର୍ତ୍ତା, ରାଜ୍ୟ,ଜିଲ୍ଲା ଓ ନଗର ମହିଳା କମିଟିର ସମସ୍ତ କର୍ମକର୍ତ୍ତା, ରାଜ୍ୟ,ଜିଲ୍ଲା ଓ ନଗର ଯୁବ କମିଟିର ସମସ୍ତ କର୍ମକର୍ତ୍ତା, ରାଜ୍ୟ,ଜିଲ୍ଲା ଓ ନଗର ଛାତ୍ର କମିଟିର ସମସ୍ତ କର୍ମକର୍ତ୍ତା, କର୍ପୋରେଟର ଓ ପୂର୍ବତନ କର୍ପୋରେଟର, ଚୌଦ୍ୱାର ନଗର କମିଟିର ସମସ୍ତ କର୍ମକର୍ତ୍ତା, କାଉନସିଲର ଓ ପୂର୍ବତନ କାଉନସିଲର, ଚୌଦ୍ୱାର-କଟକର ୱାର୍ଡର ସଭାପତି, ସମ୍ପାଦକ, ପାଞ୍ଚ ଗୋଟି ପଞ୍ଚାୟତର ସଭାପତି, ମହିଳା, ଯୁବ ଓ ଛାତ୍ର ସଭାପତି ଓ ଆଇ୍.ଟି କୋଡିନେଟର ପ୍ରମୁଖଙ୍କ ଯୋଗଦେଇଥିଲେ । ନଗର କମିଟି ସାଧାରଣ ସମ୍ପାଦକ ତାପସ ମହାନ୍ତି ଧନ୍ୟବାଦ ଅର୍ପଣ ଦେଇଥିଲେ ।