ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ

ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ

ଆକ୍ସିସ ଏଟିଏମ ଭାଙ୍ଗି ୧୬ ଲକ୍ଷ ୪୪ ହଜାର ଟଙ୍କା ଲୁଟ

News by Basanta Ratha (Cuttack Sadar)

#କଟକ ସଦର (ଏନ୍‌.ଏମ୍‌.): ଏଟିଏମ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ । ଏଭଳି ଘଟଣା ଦେଖିବାକୁ ମିଳିଛି କିଶୋର ନଗର ଥାନା ଅଧିନସ୍ଥ କଟକ ପାରାଦ୍ୱୀପ ରାଜ୍ୟ ରାଜପଥର ସ୍ଥାନୀୟ ଗଡ଼ମା ବଜାରରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମରୁ । ସ୍ଥାନୀୟ ବିଶ୍ୱନାଥ ମାର୍କେଟ କମ୍ପେ୍ଲକ୍ସରେ ଆକ୍ସିସ ଏଟିଏମ୍‌କୁ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଏହି ଲୁଟ ସମ୍ପର୍କରେ ଖବର ପାଇ ଆକ୍ସିସ ବ୍ୟାଙ୍କ କର୍ତ୍ତୃପକ୍ଷ ଫୋନ ଯୋଗେ କିଶୋରନଗର ଥାନାକୁ ଜଣାଇଥିଲେ । କିଶୋରନଗର ଥାନା ଆଇଆଇସି ରଶ୍ମିରଂଜନ ଦାସ, ସାଲେପୁର ଏସଡିପିଓ ବିମଳ ବାରିକ ଓ ଅନ୍ୟ ପୁଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବ୍ୟାପକ ଛାନଭିନ ଆରମ୍ଭ କରିବା ସହିତ କଟକରୁ ସାଇଣ୍ଟିଫିକ ଟିମ ଡକାଇ ତଦନ୍ତ ଚଳାଇଛି । ତେବେ ଲୁଟର ୧୨ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପାଇନଥିବାବେଳେ ଖୁବ ଶିଘ୍ର ସେମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ସନ୍ଦେହରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରା ଉଚରା ଜାରି ରଖିଛି । ଏଥିସହିତ ଅଞ୍ଚଳରେ ଥିବା ସମସ୍ତ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ଚାଲିଥିବା ଥାନା ଅଧିକାରୀ ଶ୍ରୀ ଦାସ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ