ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ

ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା: ଆଉ ନାହାନ୍ତି ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଆଉ ଶୁଭିବନି ସଂଗୀତର ମଧୁର ମୁର୍ଚ୍ଛନା, ଯାହାର ଦେଖ ଉଡ଼ୁଛି ବାନା ନୀଳ ଚକ୍ରରୁ ଅନା ଭଳି ଗୀତର ଗାୟିକା ତଥା ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କର ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ମିଳିଥିବା ସୂଚନା ମୁତାବକ ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ହେଉଥିଲେ । ‘ଥକା ମନ ଚାଲ ଯିବା’ ସହ ‘ଜଗନ୍ନାଥ ତୁମେ ବଡ ଛଳିଆ’ ଆଦି ଗୀତ ପାଇଁ ସେ ବେଶ ଲୋକପ୍ରିୟ ଥିଲେ । ଉଲ୍ଲେଖ ଥାଉ କି ଶାନ୍ତିଲତା ବାରିକ ଛୋଟରାୟ ଓଡ଼ିଆ ଭକ୍ତି ସଙ୍ଗୀତ ଜଗତର ଜଣେ ପରିଚିତ କଣ୍ଠଶିଳ୍ପୀ ଥିଲେ । ନିଜ କଣ୍ଠର ଯାଦୁଗରିରେ ଅପୂର୍ବ ଭକ୍ତି ଭାବନା ଯୋଡ଼ି ସେ ଯେଉଁ ସଙ୍ଗୀତ ପରିବେଷଣ କରନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଓ ବିଭୁ ଚେତନା ସୃଷ୍ଟି କରୁଥିଲା । ତାଙ୍କ ଭଜନ ଓଡ଼ିଶାର କଳା, ସଂସ୍କୃତି ଓ ଶ୍ରୀଜଗନ୍ନାଥଙ୍କ ସହ ଲୋକଙ୍କୁ ଯୋଡ଼ିବାରେ ସକ୍ଷମ ହୋଇପାରିଥିଲା । ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରେ ୧ ଅକ୍ଟୋବର ୧୯୬୦ରେ ଜନ୍ମ ହୋଇଥିଲେ ଶାନ୍ତିଲତା । ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଓଡ଼ିଶୀ ସଙ୍ଗୀତରେ ଆଚାର୍ଯ୍ୟ କରିଥିବା ଶାନ୍ତିଲତା ବିଶିଷ୍ଟ ସଙ୍ଗୀତ ଗୁରୁ ବାଳକୃଷ୍ଣ ଦାସ, ମାର୍କଣ୍ଡେୟ ମହାପାତ୍ର, ସିଂହାରୀ ଶ୍ୟାମସୁନ୍ଦର କର, ଗୋପାଳ ପଣ୍ଡା ପ୍ରମୁଖଙ୍କଠାରୁ ସଙ୍ଗୀତ ଶିକ୍ଷା ନେଇଥିଲେ । ‘ଶିଶୁ ସଂସାର’ ସିଧା ପ୍ରସାରଣରୁ ଆକାଶବାଣୀ ସହ ସଂପୃକ୍ତ ଏବଂ ପରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାର ହୋଇଥିଲେ । ୧୯୭୫ ମସିହାରେ ପ୍ରଥମ ଗ୍ରାମୋଫୋନ୍ ରେକର୍ଡ ‘ହେ ଚକାନୟନ’ ଓ ‘ମଲ୍ଲୀଫୁଲ ଗଜରାମାଳ’ ବାଳକୃଷ୍ଣ ଦାଶଙ୍କ ଦ୍ୱାରା ସ୍ୱରବଦ୍ଧ ହୋଇ ଇନ୍ରେକୋ କମ୍ପାନି ଦ୍ୱାରା ଗୃହୀତ ଓ ପ୍ରସାରିତ ହୋଇଥିଲା । ସବୁବେଳେ ପାରମ୍ପରିକ ଶୈଳୀରେ ଗାୟନକୁ ଗୁରୁତ୍ୱ ଦେଇଆସିଥିବା ଶାନ୍ତିଲତା ପଲ୍ଲୀ, ସୁଗମ, ଓଡ଼ିଶୀ ସଂଗୀତରେ ପ୍ରବୀଣା ହୋଇଥିଲେ ମଧ୍ୟ ‘ଭକ୍ତି ଗୀତ’ ଗାୟନରେ ସର୍ବାଧିକ ପ୍ରସିଦ୍ଧି ପାଇଥିଲେ । ଓଡ଼ିଆ ଚଳଚ୍ଚିତ୍ର ପ୍ରଚ୍ଛଦପଟ୍ଟ ଗାୟନ ମଧ୍ୟରେ ‘ବାସନ୍ତୀ ଅପା’ର ‘ମା ମଙ୍ଗଳା’ ଗୀତ ପୁରପଲ୍ଲୀରେ ବେଶ୍ ଆଦୃତ ହୋଇଥିଲା । ସଂଗୀତ ଅନୁଷ୍ଠାନ ‘ସ୍ୱର ତୀର୍ଥ’ର ପ୍ରତିଷ୍ଠାତ୍ରୀ ହେଉଛନ୍ତି ଶାନ୍ତିଲତା । ‘ହେ ଚକାନୟନ’, ‘ଭଜିଭଜି ତୋ ନାମ’, ‘ବାଲିରେଣୁ ମହାବନ୍ଧ ସୁଜନେ ହୋ’, ‘ଦେଖ ଉଡୁଛି ବାନା’, ଆଦି ତାଙ୍କର କେତୋଟି ଲୋକପ୍ରିୟ ଭଜନ । ଓଡ଼ିଶା ସଙ୍ଗୀତ ଏକାଡେମୀ ପକ୍ଷରୁ ୨୦୧୭ମସିହାରେ ଓଡ଼ିଶୀ କଣ୍ଠ ସଙ୍ଗୀତ ପାଇଁ ସମ୍ମାନିତ ହୋଇଥିବାବେଳେ ୨୦୨୩ ମସିହା ଫେବ୍ରୁଆରି ୧୩ରେ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ