ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି

ଆଉ ନାହାନ୍ତି ପଦ୍ମଶ୍ରୀ ବୀଣାପାଣି ମହାନ୍ତି


କଟକ(ଏନ୍‌.ଏମ୍‌.): ଆରପାରିରେ ବିଶିଷ୍ଟ ସାହିତ୍ୟିକା ପଦ୍ମଶ୍ରୀ ବୀଣାପାଣି ମହାନ୍ତି । ତାଙ୍କର ଆଜି ରାତି ୯ଘଟିକା ସମୟରେ କଟକ ବାଦାମବାଡ଼ି ଗ୍ଲାସ ପ୍ୟାଲେସ ଲେନ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ପଦ୍ମଶ୍ରୀ ସହ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସାହିତ୍ୟ ଏକାଡେମୀ ଓ ଶାରଳା ସମ୍ମାନରେ ସମ୍ମାନିତ ହୋଇଥିଲେ । ପାଟଦେଈ, କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ ପୁସ୍ତକ ଆନତ ରଚନା ଓଡ଼ିଆ ସାରସ୍ୱତ ଜଗତ ପାଇଁ ସ୍ୱତନ୍ତ୍ର ଅବଦାନ । ତାଙ୍କ ବିୟୋଗରେ ଶୋକଛାୟା ଖେଳି ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକଗତ ଖବର ପାଇଁ କଟକର ବହୁ ସାହିତ୍ୟ ଅନୁଷ୍ଠାନର କର୍ମକର୍ତ୍ତା ତଥା ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
୨୯୩୬ ମସିହା ନଭେମ୍ବର ୧୧ତାରିଖରେ ସୁଦୂର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଜନ୍ମଗ୍ରହଣ କରିଥିବା ବୀଣାପାଣିଙ୍କ ନିଜଘର କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମରେ । ପିତା ସ୍ୱର୍ଗତ ଚତୁର୍ଭୂଜ ମହାନ୍ତି ଓ ମାତା ସ୍ୱର୍ଗୀୟା କୁମୁଦିନୀ ମହାନ୍ତିଙ୍କ କୋଳମଣ୍ଡନ କରିଥିବା ବୀଣାପାଣି ରେଭେନ୍ସା ମହାବିଦ୍ୟାଳୟରୁ ୧୯୫୯ମସିହାରେ ଅର୍ଥନୀତିରେ ସ୍ନାତୋକତ୍ତର ଡିଗ୍ରୀ ହାସଲ କରିବା ପରେ ୧୯୬୦ରୁ ୧୯୯୨ ମସିହା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପନା କରି ବହୁ ଛାତ୍ରଛାତ୍ରୀଙ୍କୁ ମଣିଷ କରିପାରିଥିଲେ । ଏଥି ସହିତ ତାଙ୍କର ୨୦୦ରୁ ଅଧିକ କବିତା ରାଜ୍ୟର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ସାରିଛି । ଏଥି ସହିତ ତାଙ୍କର ୩୦ଖଣ୍ଡ ଗଳ୍ପ ସଂକଳନ, ୩ଖଣ୍ଡ ଉପନ୍ୟାସ, ୫ଖଣ୍ଡ ଅନୁବାଦ ସହ କବିତା ଓ ଏକାଙ୍କିକା ପୁସ୍ତକ ପ୍ରକାଶିତ ହୋଇଛି । ଏପରିକି ତାଙ୍କର ହିନ୍ଦୀରେ ୩ଟି ଗଳ୍ପ ପୁସ୍ତୁକ ଇଂରାଜୀ ଓ ହିନ୍ଦୀରେ ୩ଟି ଯାକ ଉପନ୍ୟାସ ଏବଂ ଖଣ୍ଡିଏ ଇଂରାଜୀ ଗଳ୍ପ ସଂକଳନ ପ୍ରକାଶିତ ହୋଇଛି । କେବଳ ସାରସ୍ୱତ ସାଧନା ନୁହେଁ ଏ କ୍ଷେତ୍ରରେ ସେ ସଫଳତାର ସହ କାର୍ଯ୍ୟକରି ୧୯୫୬ ମସିହାରେ ରବିବାର ପ୍ରଜାତନ୍ତ୍ର ସମ୍ମାନ, ୧୯୬୧ରେ ଝଙ୍କାର ସମ୍ମାନ, ୧୯୬୮ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୩ ମସିହାରେ ଜୀବନରଙ୍ଗ ସମ୍ମାନ, ଚଲାପଥ ସମ୍ମାନ, ୧୯୭୪ରେ ଗଳ୍ପ ପାଇଁ ଝଙ୍କାର ସମ୍ମାନ, ୧୯୮୦ରେ ଧରିତ୍ରୀ ସମ୍ମାନ, ୧୯୮୫ ମସିହାରେ ସହକାର ସମ୍ମାନ, ୧୯୮୭ରେ ନିଳଶୈଳ ସମ୍ମାନ, ୧୯୮୮ରେ ସୂଚରିତା ସମ୍ମାନ,୧୯୯୦ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨ ମସିହାରେ ସୁଧାୟନ ସମ୍ମାନ, ୧୯୯୯ରେ ଗୋକର୍ଣ୍ଣିକା ସମ୍ମାନ, ୨୦୦୦ ମସିହାରେ ବିଷୁବ ପୁରସ୍କାର, ୨୦୦୨ରେ ସାହିତ୍ୟ ଭାରତୀ ସମ୍ମାନ ଓ ଭରତ ଚନ୍ଦ୍ର ସ୍ମୃତି ସାହିତ୍ୟ ସମ୍ମାନ ପାଇଥିଲେ । ଏଥି ସହିତ ୨୦୦୪ ମସିହାରେ ପ୍ରଥମ ରେବା ରାୟ ସମ୍ମାନ, ୨୦୦୯ରେ କାଦମ୍ବିନୀ ଜାତୀୟ ସମ୍ମାନ ପାଇଥିବାବେଳେ ୨୦୨୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ । ସେ ରାଜ୍ୟସ୍ତରୀୟ ଅନୁଷ୍ଠାନ ଓଡ଼ିଶା ଲେଖିକା ସଂସଦର ସଭାପତି ଭାବେ ଦାୟିତ୍ୱ ନେବା ସହ ରାଜ୍ୟର ବିଭିନ୍ନ ସାରସ୍ୱତ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ । ସେହିଭଳି ୧୯୯୧ ମସିହାରେ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ମଧ୍ୟ ସମ୍ମାନିତ ହୋଇଥିଲେ ।
ତାଙ୍କର ପରଲୋକଗତ ଖବର ପାଇବା ପରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଓଡ଼ିଆ ଆବାହକ ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ, ଉତ୍କଳ ସାହିତ୍ୟ ସମାଜ ସଭାପତି ତରୁଣ କୁମାର ସାହୁ, କଟକ ମହାନଗର ନାଗରିକ ମହାସଭା ସଭାପତି ଡାକ୍ତର ରବିରଞ୍ଜନ ସାହୁ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ପୂର୍ବତନ କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି