ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

ଆଇପିଏଲ: ଚେନ୍ନାଇର ଷଷ୍ଠ ବିଜୟ

News by Allhad Kumar Mohanty (Bureau News)

#ଚେନ୍ନାଇ(ଏନ୍‌.ଏମ୍‌.): ଚଳିତ ଆଇପିଏଲରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ଷଷ୍ଠ ବିଜୟ ହାସଲ କରିଛି । ହୋମ ଗ୍ରାଉଣ୍ଡରେ ଚେନ୍ନାଇ ଦଳ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା । ଏହି ମ୍ୟାଚରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସମ୍ମୁଖରେ ୧୪୦ରନର ବିଜୟ ଲକ୍ଷ୍ୟ ରଖିଥିଲା । ତେବେ ଚେନ୍ନାଇ ଏହି ଟର୍ଗେଟକୁ ୧୭.୪ ଓଭରରେ ମାତ୍ର ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଚେନ୍ନାଇ ପକ୍ଷରୁ ଡେଭନ କନୱେ ସର୍ବାଧିକ ୪୪ରନ କରିଥିବାବେଳେ ଋତୁରାଜ ଗାଏକ୍ୱାଡ଼ ୩୦, ଅଜିଙ୍କ୍ୟ ରାହାଣେ ୨୧, ଅମ୍ବାତି ରୟୁଡୁ ୧୨ରନ କରିଥିବାବେଳେ ଶୁଭମ ଦୁବେ ୨୬ରନ ଓ ଧୋନି ୨ରନ କରି ଅପରାଜିତ ରହିଥିଲେ । ମୁମ୍ବାଇ ପକ୍ଷରୁ ଭେଟେରାନ ସ୍ପିନର ପିୟୂଷ ଚାୱଲା ୨ଟି ୱିକେଟ ନେଇଥିଲେ ।
ଏହି ମ୍ୟାଚରେ ଚେନ୍ନାଇ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା । ତେବେ ମୁମ୍ବାଇ ଦଳ ବ୍ୟାଟିଂ ଆରମ୍ଭ କରି ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୧୪ରନରେ ମୁମ୍ବାଇ ଅଧିନାୟକ ରୋହିତ ଶର୍ମାଙ୍କ ସହ ୩ଟି ୱିକେଟ ହରାଇଥିଲା । ପରେ ସୂର୍ଯ୍ୟ କୁମାର ଯାଦବ(୨୬) ଓ ନେହାଲ ୱାଧେରା (୬୪) ତଥା ଟ୍ରିଷ୍ଟାନ ଷ୍ଟବସ(୨୦)ଙ୍କ ସହାୟତାରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୩୯ରନ କରିପାରିଥିଲା । ଚେନ୍ନାଇ ପକ୍ଷରୁ ମାଥିସା ପାଥିରାନା ୪ ଓଭର ବୋଲିଂ କରି ୧୫ରନରେ ସର୍ବାଧିକ ୪ ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ମ୍ୟାଚରୁ ଚେନ୍ନାଇ ୨ ପଏଣ୍ଟ ହାସଲ କରି ମୋଟ ୧୩ ପଏଣ୍ଟ ସହ ପଏଣ୍ଟ ଟେବଲର ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ମୁମ୍ବାଇ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ ଖେଳି ୫ଟି ବିଜୟରୁ ମୋଟ ୧୦ପଏଣ୍ଟ ହାସଲ କରି ଟେବଲର ୬ଷ୍ଠ ସ୍ଥାନରେ ରହିଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ