ଅସହାୟ ମୃତକଙ୍କୁ ଘରକୁ ପଠାଇଲା ଓଡ଼ିଶା ମୋ ପରିବାର
କଟକ(ଏନ୍.ଏମ୍.): କଟକ ବଡ଼ମେଡ଼ିକାଲରେ ଜଣେ ଗରିବ ଅସହାୟ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଓଡ଼ିଶା ମୋ ପରିବାର ସହଯୋଗରେ ମୃତକଙ୍କୁ ତାଙ୍କ ଘରକୁ ପଠାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୁରୁଲ ଗ୍ରାମର ଜଣେ ୪୫ ବର୍ଷିୟା ବି. ଈଶ୍ୱରୀ ରେଡ଼ି ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ୍.କେ.ସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସଙ୍ଗେସଙ୍ଗେ ତାଙ୍କ ପରିବାର ସଦସ୍ୟ ତାଙ୍କୁ କଟକ ବଡ ମେଡ଼ିକାଲକୁ ନେଇ ଆସିଥିଲେ ଏବଂ ଏଠାରେ ପହଞ୍ôଚ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ଯେହେତୁ ତାଙ୍କ ପରିବାର ସଦସ୍ୟଙ୍କ ଅର୍ଥାଭାବ ଯୋଗୁଁ ଈଶ୍ୱରୀଙ୍କ ମୃତଦେହ ତାଙ୍କ ଗ୍ରାମକୁ ନେବାକୁ ଅସମର୍ଥ ଥିଲେ । ଏହି ସମୟରେ ପରିବାର ପକ୍ଷରୁ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରାଯାଇଥିଲା । ସଙ୍ଗେସଙ୍ଗେ ଓଡ଼ିଶା-ମୋ ପରିବାର କଟକ ବଡ ମେଡ଼ିକାଲ ହେଲ୍ପଡ଼େସ୍କ ସଞ୍ଚାଳକ ସନ୍ଦୀପ ରଥ ଏହି ଘଟଣା ବିଷୟରେ ତୁରନ୍ତ ଓଡ଼ିଶା-ମୋ ପରିବାର କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ୱାଳଙ୍କୁ ଜଣାଇ ଥିଲେ । ଶ୍ରୀ ବିଶ୍ୱାଳ କଟକ ବଡ ମେଡ଼ିକାଲର ଜରୁରୀ କାଳୀନ ଅଧିକାରୀଙ୍କ ସହ କଥାବାର୍ତ୍ତା ହୋଇ ଈଶ୍ୱରୀଙ୍କ ଶବକୁ ବ୍ୟବଛେଦ କରାଯାଇଥିଲା । ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଈଶ୍ୱରୀଙ୍କ ପାର୍ôଥବ ଶରୀରକୁ ତାଙ୍କ ଗ୍ରାମକୁ ପଠାଯାଇଥିଲା । ଏହି ସମୟରେ ଓଡ଼ିଶା-ମୋ ପରିବାର କଟକ ସିଟି ସଂଯୋଜକ ଶ୍ରୀ ବିଶ୍ୱାଳ, ହେଲ୍ପଡ଼େସ୍କ ସଞ୍ଚାଳକ ଶ୍ରୀ ରଥ ଓ ସନ୍ତୋଷ ଦାସ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ତାଙ୍କର ଏଭଳି ଅସହାୟ ପରିସ୍ଥିତିରେ ତାଙ୍କୁ ଓଡ଼ିଶା-ମୋ ପରିବାର ସହଯୋଗର ହାତ ବଢାଇଥିବାରୁ ଈଶ୍ୱରୀଙ୍କ ପରିବାର ସଦସ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡ଼ିଶା-ମୋ ପରିବାର ନିକଟରେ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।