ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର

ଅବସର ପାଇଁ ଡିଜିପି ଅଭୟଙ୍କୁ ଅନୁମତି ଦେଲେ ରାଜ୍ୟ ସରକାର


ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ତେଣୁ ସେ ଆସନ୍ତା ଡିସେମ୍ବର ୩୧ ତାରିଖରେ ଅବସର ନେବେ । ଅବସର ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ୨୦୨୧ ମସିହା ଜୁନ୍ ପର୍ଯ୍ୟନ୍ତ ଥିବାବେଳେ ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିଥିଲେ । ସେହି ଅନୁସାରେ ଡିସେମ୍ବର ୩୧ ତାରିଖରେ ଡିଜିପି ଅଭୟ ଅବସରନେବେ ବୋଲି ଜଣାପଡ଼ିଛି । ସେହିଭଳି ନୂଆ ଡିଜିପି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ସରକାର ୧୨ ଜଣିଆ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇଛନ୍ତି । ସେଥିରେ ଆଇପିଏସ ଅଧିକାରୀ ପ୍ରଦୀପ କପୁର, ସୁନୀଲ କୁମାର ବଂଶଲ, ମନୋଜ ଛାବ୍ରା, ସନ୍ତୋଷ ଉପାଧ୍ୟାୟଙ୍କ ନାମ ମଧ୍ୟ ରହିଛି । ତେବେ ସେମାନଙ୍କ ଭିତରୁ ତିନି ଜଣଙ୍କୁ ୟୁପିଏସସି ବାଛିବେ ଏବଂ ଏହି ୩ଜଣଙ୍କ ମଧ୍ୟର ରାଜ୍ୟ ସରକାର ଜଣକୁ ବାଛିବେ । ତେବେ ଆସନ୍ତା ନୂଆବର୍ଷରେ ଓଡ଼ିଶା ନୂଆ ଡିଜିପି ପାଇବାକୁ ଥିବାବେଳେ କାହାକୁ ପୁଲିସ ମହାନିର୍ଦ୍ଦେଶକ ପଦବୀ ମିଳିବ ସେ ନେଇ ବିଭିନ୍ନ ମହଲରେ ଅଙ୍କକଷା ଚାଲିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ