ଅନ୍ନପୂର୍ଣ୍ଣା ଥିଏଟର ପକ୍ଷରୁ ‘ଲାଲ ପାଏନ’ ନାଟକ ମଞ୍ଚସ୍ଥ
#କଟକ(ଏନ୍.ଏମ୍.): କଳାକାର ଗଢ଼ା କାରଖାନା ତଥା ଐତିହାସିକ ଅନ୍ନପୂର୍ଣ୍ଣା ଥିଏଟର-ବି ଗ୍ରୁପ୍ ଦ୍ୱାରା ପ୍ରାୟୋଜିତ ‘ଲାଲ୍ ପାଏନ’ନାଟକ ମଞ୍ଚସ୍ଥ ହୋଇଯାଇଛି । ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ସୁବାସ ଚନ୍ଦ୍ର ପ୍ରଧାନଙ୍କ ଦା୍ୱରା ରଚିତ ଓ ନିର୍ଦ୍ଦେଶିତ ଏହି ନାଟକକୁ ବେଲପାହାଡର ମିରର୍ ଥିଏଟର ଗ୍ରୁପ୍ ପରିବେଷଣ କରିଥିଲା । ହୀରାକୁଦ ବିସ୍ଥାପିତମାନଙ୍କ କରୁଣ କାହାଣୀ ଉପରେ ଆଧାରିତ ଏହି ନାଟକଟି ବେଶ୍ ଚିତ୍ତାକର୍ଷକ ହୋଇଥିଲା । ମୁଖ୍ୟ ଭୂମିକାରେ ସନ୍ତୋଷ ସାହୁ, ଗୌରୀ ଶଙ୍କର କୁମ୍ଭାର, କାହ୍ନା ବଗାର, ପରମେଶ୍ୱର ମରାଇ, ସବିତା ଦାସ, ଜ୍ୟୋସ୍ôନା କାଲୋ, ଇତିଶ୍ରୀ ସାହୁ ଅଭିନୟ କରିଥିଲେ । ବିଶେଷକରି ଏହି ନାଟକରେ ଅଧିକାଂଶ ବିସ୍ଥାପିତ ପରିବାର ସଦସ୍ୟମାନେ ଅଭିନୟ କରିଛନ୍ତି । ନାଟକରେ ହେମନ୍ତ କୁମାର ଦାଶ ମଞ୍ଚାଲୋକ ସଂଯୋଜନା, ଆଲୋକ ନାୟକ ମଞ୍ଚ ପରିଚାଳନା ଓ ଗୌରୀଶଙ୍କର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ଅନ୍ନପୂର୍ଣ୍ଣା ଥିଏଟରର ସଭାପତି ପ୍ରଣବ କର ଓ ସମ୍ପାଦିକା ଆହ୍ଲାଦିନୀ କରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ ଅତିଥିଭାବେ ଅତିରିକ୍ତ ଜିଲାପାଳ ଶିବ ଟପ୍ପୋ, ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ, ପ୍ରାଧ୍ୟାପକ ପ୍ରତାପ ଚନ୍ଦ୍ର ସ୍ୱାଇଁ, ସମାଜସେବୀ ଶରତ କୁମାର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ଅଶୋକ ଦଳାଇ, ମହମ୍ମଦ ସଫିଉଲ ହକ୍, ଅଶୋକ ମହାନ୍ତି, ରଶ୍ମିତା ପରିଜା, ଦୀପକ ଦାସ, ବସନ୍ତ ଦାସ, ଅଶୋକ ସାହୁ, ଜଳନ୍ଧର ମହାନ୍ତି,ଜଗନ୍ନାଥ ମହାନ୍ତି, ଛବି ସାହୁ,ଆଶିଷ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ ।