ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର

ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର

ଅନ୍ତଘଟିଲା କରୋନା ଟିକା ରାଜନୀତି : ସମସ୍ତଙ୍କୁ ମାଗଣାରେ ଯୋଗାଇଦେବେ କେନ୍ଦ୍ରସରକାର


ନୂଆଦିଲ୍ଲୀ(ଏଜେନ୍ସି): ଦେଶରେ ଦୀର୍ଘ ଦିନ ଧରି ଚାଲିଥିବା କରୋନା ଟିକା ରାଜନୀତିର ଅନ୍ତଘଟିଛି । ଗତ କିଛିଦିନ ଧରି ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଟିକାକରଣକୁ ନେଇ ଉପୁଜିଥିବା ବିବାଦକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ଣ୍ଣଛେଦ ପକାଇଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଅପରାହ୍ଣରେ ଦେଶବାସୀଙ୍କୁ ସମ୍ବୋଧନ କରିବା ଅବସରରେ ସମସ୍ତ ଦେଶବାସୀଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ୨୩କୋଟି ଲୋକଙ୍କୁ ମାଗଣା ଟିକା ପ୍ରଦାନ କରାଯାଇ ସାରିଛି । ତେବେ ୧୮ରୁ ୪୪ ପର୍ଯ୍ୟନ୍ତ ଏବଂ ଦ୍ୱତୀୟ ପର୍ଯ୍ୟାୟ ଟିକା କରଣ ପାଇଁ ଟିକାର ଅଭାବ ଦେଖାଯାଇଥିଲା । ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ନିଜ ପାଣ୍ଠିରେ ଅବଶିଷ୍ଟ ଟିକା ଦେବା ଲାଗି ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । ମାତ୍ର ଏହା ସଫଳ ହେଲା ନାହିଁ । ଦେଶ ତଥା ବିଦେଶର କମ୍ପାନୀମାନେ ସିଧାସଳଖ ରାଜ୍ୟ ସରକାରଙ୍କୁ ଟିକା ଦେବା ଲାଗି ଅମଙ୍ଗ ହୋଇଥିଲେ । ସେମାନେ ଏଥିରେ କେନ୍ଦ୍ର ସରକାରଙ୍କ ସମ୍ପୃକ୍ତି ଚାହିଁଥିଲେ । ଏହାଛଡା ନିକଟରେ ରାଜ୍ୟସରକାର, କେନ୍ଦ୍ରସରକାର ଓ ଘରୋଇ ହସ୍ପଟାଲକୁ ଟିକା ଯୋଗାଇବା କ୍ଷେତ୍ରରେ ମଧ୍ୟ ଦରରେ ପୃଥକତା ରହିଥିଲା । ଯାହାକୁ ନେଇ ଦିଲ୍ଲୀ ସରକାର ପ୍ରତିବାଦର ସ୍ୱର ଉଠାଇଥିଲେ । ତେବେ ଏସବୁ ରାଜନୀତି ଏବେ ଶେଷ ହୋଇଛି । କେନ୍ଦ୍ର ସରକାର ହିଁ ସମସ୍ତଙ୍କୁ ମାଗଣାରେ ଟିକା ଦେବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଉତ୍ପାଦନର ୭୫ ପ୍ରତିଶତ ଭାଗ ଟିକା କିଣି ରାଜ୍ୟସରକାରଙ୍କୁ ମାଗଣାରେ ଯୋଗାଇବେ ଏବଂ ଅବଶିଷ୍ଠ ୨୫ଭାଗ ଘରୋଇ ହସ୍ପିଟାଲ କିଣିବେ । ପୂର୍ବରୁ କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଉଥିଲେ । ମାତ୍ର ଜୁନ୍ ୨୧ ତାରିଖରୁ ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଯେଉଁମାନେ ଚାହିଁବେ ସେମାନେ ଟଙ୍କା ଦେଇ ଘରୋଇ ହସ୍ପିଟାଲ୍‌ରୁ ଟିକା ନେଇପାରିବେ । ସେମାନଙ୍କୁ ୧୫୦ଟଙ୍କା ସର୍ଭିସ ଚାର୍ଜ ଦେବାକୁ ପଡ଼ିବ । ଏହା ଉପରେ ରାଜ୍ୟ ସରକାର ନଜର ରଖିବେ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ସ୍ୱାସ୍ଥ୍ୟ