ଅନୁଗୋଳରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକଙ୍କୁ ନେଇ ସମୀକ୍ଷା ବୈଠକ
ଅନୁଗୋଳ(ଏନ୍.ଏମ୍.): ଅନ୍ତରାଷ୍ଟ୍ରୀୟ ମନବାଧିକାର ରକ୍ଷକମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଗୋଳ ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ଦିବ୍ୟକୁସୁମ ଆଚାର୍ଯ୍ୟ, ରେଣୁବାଳା ପଣ୍ଡା ଓ କଳ୍ପନା ରାଉତରାୟ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଏହି ଅନୁଷ୍ଠାନର ରହିଥିବା ଗୁରୁଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ବୈଠକରେ ଜେମାମଣୀ ପ୍ରଧାନ, ଜ୍ୟୋତିର୍ମୟ ବେହେରା, ଡା. ଟ୍ୱିଟୁ ଦେହୁରୀ, ରତ୍ନାକର ଦାଶ, ସଂଜୀବ କୁମାର ସାହୁ, ଶ୍ରବଣ କୁମାର ପ୍ରଧାନ, ଦିବ୍ୟସୁନ୍ଦର ସାହୁ, ଦଡ଼ିଲେଶ୍ୱର ସାହୁ ଓ ଭବାନୀ ଶଙ୍କର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ସମୀକ୍ଷା ବୈଠକରେ ଏହି ଅନୁଷ୍ଠାନ କିପରି ଆଗକୁ ବଢ଼ିବ ଓ କିପରି ଦୁଃଖି, ଅସହାୟ, ଗରିବ ଲୋକଙ୍କୁ ସାହାଯ୍ୟ କରାଯାଇ ପାରିବ ସେ ନେଇ ବିଶେଷ ଧ୍ୟାନ ଆକର୍ଷଣ କରାଯାଇଥିଲା ।
Congratulations.Go ahead n supplied the good service against the backward peoples as far as possible by your Organisation.
Thanks.