ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ

ଅନାସ୍ଥା ପ୍ରସ୍ତାବ କ୍ଷେତ୍ରରେ ବିଜେପିକୁ ବିରୋଧ କରିବନି ବିଜେଡି, ଦିଲ୍ଲୀ ବିଲକୁ କରିବ ସମର୍ଥନ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରକୁ ବିରୋଧ କରି କେତେକ ରାଜନୈତିକ ଦଳ ଅନାସ୍ଥା ପ୍ରସ୍ତାବ ଆଣିଥିବାବେଳେ ଏହାକୁ ବିରୋଧ କରିବ ବୋଲି ବିଜେଡି ଖୁଲମଖୁଲା ପ୍ରକାଶ କରିଛି । ଏନଡିଏ ସରକାରକୁ ବିଜେଡି ପୁଣିଥରେ ନିସର୍ତ୍ତ ସମର୍ଥନ ଦେଇଥିବା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ(ଦିଲ୍ଲୀ ସର୍ଭିସ ବିଲ)କୁ ସମର୍ଥନ କରିବା ସହ ଏନଡିଏ ସରକାର ବିରୁଦ୍ଧରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ବିରୋଧ କରିବ ବୋଲି ବିଜେଡି ଘୋଷଣା କରିଛି । ଏପରିକି ଉଭୟ ବିଲ୍ ଓ ପ୍ରସ୍ତାବ ଆଲୋଚନାବେଳେ ସଂସଦରେ ସାଂସଦମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ୩ ଧାଡ଼ିଆ ହୁଇପ୍ ମଧ୍ୟ ଜାରି ହୋଇଛି । ଶ୍ରୀ ପାତ୍ର ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଲୋକସଭାରେ ଆଗତ ହୋଇଥିବା ଦିଲ୍ଲୀ ସର୍ଭିସ ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେଡି ସମର୍ଥନ କରିବ । ଏହାସହିତ ଏନଡିଏ ସରକାର ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ । ବିଜେଡିର ଏହି ସମର୍ଥନ ପରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏବେ ସୁଦୃଢ଼ ସ୍ଥିତିକୁ ଆସିଛି । ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଥିବାରୁ ଏନଡିଏ ସରକାର ପାଇଁ ବିଜେଡିର ସମର୍ଥନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ଲୋକସଭାରେ ବିଲ୍ ଗୃହୀତ ପାଇଁ ଏନଡିଏକୁ ବିଶେଷ ସମସ୍ୟା ନାହିଁ । ମାତ୍ର ରାଜ୍ୟସଭାରେ ଏନଡିଏ ପାଇଁ ସମସ୍ୟା ରହିଛି । କାରଣ ଏବେ ବିରୋଧୀ ଦଳଙ୍କ(ଇଣ୍ଡିଆ) ସାଂସଦମାନଙ୍କ ସମେତ ଭାରତ ରାଷ୍ଟ୍ର ସମିତି(ବିଆରଏସ)ର ସମସ୍ତ ୭ଜଣ ସଦସ୍ୟଙ୍କୁ ମିଶାଇଲେ ମୋଟ ୧୦୮ଜଣ ସାଂସଦ ରାଜ୍ୟସଭାରେ ଦିଲ୍ଲୀ ବିଲ ବିରୁଦ୍ଧରେ ଭୋଟ୍ ଦେବେ । ତେବେ ରାଜ୍ୟସଭାରେ ମ୍ୟାଜିକ୍ ନମ୍ବର ପାଇଁ ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଏବେ ଆବଶ୍ୟକ ସଂଖ୍ୟକ ସମର୍ଥନ ନାହିଁ । ତେବେ ଜଗନମୋହନ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ ପାର୍ଟିର ୯ଜଣ, ଜେଡିୟୁ, ବହୁଜନ ସମାଜ ପାର୍ଟି ଓ ତେଲଗୁ ଦେଶମ ପାର୍ଟିର ଜଣେ ଲେଖାଏଁ ସାଂସଦଙ୍କୁ ମିଶାଇଲେ ମୋଟ ୧୨ଜଣ ସାଂସଦ ଏବଂ ୫ଜଣ ମନୋନୀତ ଓ ୩ଜଣ ସ୍ୱାଧୀନ ସାଂସଦଙ୍କ ସମର୍ଥନ ମିଶିଲେ ମୋଟ ୨୦ଜଣ ସମର୍ଥନ ମିଳିବ । ମନୋନୀତ ସଦସ୍ୟମାନେ ସର୍ବଦା କ୍ଷମତାସୀନ ଦଳ ସପକ୍ଷରେ ମତଦାନ କରିଥାନ୍ତି । ତଥାପି ମ୍ୟାଜିକ୍ ନମ୍ବର ପାଇଁ ଆହୁରି ୧୧ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ ଥିବାରୁ ବିଜେଡିର ସମର୍ଥନ ଘୋଷଣା ଏନଡିଏକୁ ଆଶ୍ୱସ୍ତ କରିଛି । ରାଜ୍ୟସଭାରେ ବିଜେଡିର ୯ଜଣ ସାଂସଦ ଅଛନ୍ତି । ତେଣୁ ଏଭଳି କ୍ଷେତ୍ରରେ ବିଜେଡି ସମଦୂରତ୍ୱ ରକ୍ଷା କରୁଥିଲେ ମଧ୍ୟ ବିଜେପିକୁ ସମର୍ଥନ କରିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ